
ମାଲକାନଗିରି, ୯ ଜାନୁଆରୀ (ହି.ସ.)- ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା, କଟକ ତରଫରୁ ଆଜି ମାଲକାନଗିରି ଜିଲ୍ଲାର ୨୦ଟି କେନ୍ଦ୍ରକୁ ନେଇ ସୁରୁଖୁରୁରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆୟୋଜିତ ହୋଇଯାଇଅଛି। ଯାହାକୁ ପରିଚାଳନା କରିଥିଲା ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ। ମୋଟ ୪୨୨୯ ପିଲା ପରୀକ୍ଷା ଦେବାର ସୁବ୍ୟବସ୍ଥା କରାଯାଇଥିଲା ।
ଜିଲ୍ଲା ଶିକ୍ଷା ଅଧିକାରୀ, ମାଲକାନଗିରି ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ତରଫରୁ ଯାହା ସୂଚନା ପ୍ରାପ୍ତ ହୋଇଅଛି କାଲିମେଳା ୫, କୋରୁକୁଣ୍ଡା ୨, ମାଥିଲି ୪ , ଖଇରପୁଟ ୨, କୁଡୁମୁଲୁ ଗୁମା ୧, ପଡିଆ ୨, ମାଲକାନଗିରି ୪ଟି କେନ୍ଦ୍ରରେ ସର୍ବମୋଟ ସଂଖ୍ୟକ ୩୬୨୫ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଷଷ୍ଠ ଶ୍ରେଣୀ ୩୧୧୨, ସପ୍ତମ ୩୨୪, ଅଷ୍ଟମ ୧୩୧ ଓ ନବମରୁ ୫୮ ସଂଖ୍ୟକ ପିଲାମାନେ ଏହି ପରୀକ୍ଷା ଦେଇଥିବା ବେଳେ ମୋଟ ୬୦୪ ସଂଖ୍ୟକ ପିଲା ପରୀକ୍ଷାର୍ଥୀ ରୂପେ ଅନୁପସ୍ଥିତି ଥିଲେ।
ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଓ ଭାଗୀରଥି ବେହେରା, ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଜଗନ୍ନାଥ ବେହେରା କେନ୍ଦ୍ର ସବୁ ନିରୀକ୍ଷଣ କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଜ ନିଜ ବ୍ଲକର କେନ୍ଦ୍ରକୁ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ