
ପୁରୀ, ୯ ଜାନୁଆରୀ (ହି.ସ.)- କମିବନି ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି’ । ଶୁକ୍ରବାର ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ ପାଢୀ ଏହା କହିଛନ୍ତି ।
ଏନେଇ ଅଧିକ ସୂଚନା ଦେଇ ଶ୍ରୀ ପାଢୀ କହିଛନ୍ତି ଯେ, ଭକ୍ତନିବାସରେ ସ୍ୱଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ୍ ଭଡ଼ା ଦିଆଯାଉଛି । ଏଠାରେ ସୀମିତ ଜାଗା ରହିଥିବା ବେଳେ ସେସବୁ ସ୍ଥାନରେ ଗାଡି ଗୁଡିକ ରହିବାରୁ ଭକ୍ତନିବାସ ବ୍ୟବହାର କରୁଥିବା ଯାତ୍ରୀଙ୍କ ନିମନ୍ତେ ଅସୁବିଧା ହେଉଛି । ଯାତ୍ରୀ ଚାହିଁଲେ ଅନ୍ୟ ପାର୍କିଂ ସ୍ଥଳରେ ଗାଡି ରଖି ଭକ୍ତନିବାସରେ ରହିପାରିବେ । ଆବଶ୍ୟକ ଓ ଜରୁରୀ ପଡିଲେ ଯେଉଁ ଭକ୍ତ ଭକ୍ତନିବାସ ପାର୍କିଂରେ ଗାଡି ରଖିବେ ସେମାନେ ୨୪ ଘଂଟା ପାଇଁ ପାର୍କିଂ ଫି’ ୫୦୦ ଟଙ୍କା ଓ ଜିଏସଟି ୯୦ ଟଙ୍କା ମିଶି ୫୯୦ ଟଙ୍କା ଦେବାକୁ ପଡିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ