
ଭୁବନେଶ୍ୱର, 06 ଜାନୁଆରୀ (ହି.ସ.) :ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଜନ୍ମଦିନ ଅବସରରେ ଏକାମ୍ର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆଜି ବିଜେପି କାର୍ଯ୍ୟକର୍ତ୍ତା ପ୍ରଭୁ ଶ୍ରୀ ଲିଙ୍ଗରାଜ ଙ୍କ ନିକଟରେ ଦ୍ଵୀପ ପ୍ରଜ୍ବଳନ କରି ଦୀର୍ଘାୟୁ କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ସରଳ ବ୍ୟକ୍ତିତ୍ୱ ଓ ସାଧାରଣ ଜନତାଙ୍କ ମଝିରେ ରହି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିବାର କାର୍ଯ୍ୟଶୈଳୀ ଆମକୁ ଅନେକ ପ୍ରେରଣା ପ୍ରଦାନ କରେ । ପ୍ରଭୁ ଜଗନ୍ନାଥଙ୍କୁ ଗୁହାରୀ ତାଙ୍କୁ ଦୀର୍ଘାୟୁ କରନ୍ତୁ ଏବଂ ଓଡ଼ିଆ ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟରତ ରହିବାକୁ ଆହୁରି ଶକ୍ତି ପ୍ରଦାନ କରନ୍ତୁ ବୋଲି ଏକାମ୍ର ବିଧାୟକ ବାବୁ ସିଂ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ତାପସ ଦଳାଇ ,ଭୀମେଶ୍ୱର ମଣ୍ଡଳ ସଭାପତି ପ୍ରଶାନ୍ତ ପ୍ରଧାନ, ଲିଙ୍ଗରାଜ ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ମହାପାତ୍ର, ଝାଡେଶ୍ୱରି ମଣ୍ଡଳ ସଭାପତି ମନୋଜ ପାତ୍ର, ବାରଭୁଜା ମଣ୍ଡଳ ସଭାପତି ଜିତୁ ପଟ୍ଟନାୟକ, ଭିମେଶ୍ୱର ମହିଳା ମଣ୍ଡଳ ସଭାପତି ପୂର୍ଣ୍ଣିମା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ