
ଭୁବନେଶ୍ୱର, 06 ଜାନୁଆରୀ (ହି.ସ.) ରାଜଧାନୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ନିମିତ୍ତେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ କଡା କଟକଣା ଜାରି କରାଯାଇଛି। ଏହି କଟକଣା ଅନୁଯାୟୀ, ଖୋଲା ସ୍ଥାନରେ ଆବର୍ଜନା ଜାଳିଲେ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ।
ବିଏମ୍ସି ନିର୍ଦ୍ଦେଶାନୁସାରେ ସହରର ହୋଟେଲ୍ ଓ ଢାବାଗୁଡ଼ିକରେ କାଠ ଏବଂ କୋଇଲା ଜାଳି ଖାଦ୍ୟ ପକାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲାଗୁ କରାଯାଇଛି। ଏହା ପରିବର୍ତ୍ତେ ସ୍ୱଚ୍ଛ ଓ ପରିବେଶ-ଅନୁକୂଳ ଜାଳେଣି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
ଏହାସହିତ, ସହରର ବସ୍ ଡିପୋ ଏବଂ ଷ୍ଟାଣ୍ଡ୍ଗୁଡ଼ିକରେ ନିୟମିତ ଭାବେ ବସ୍ ଧୋଇବା ପାଇଁ କ୍ରୁଟ କୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଦ୍ୱାରା ଧୂଳି ପ୍ରଦୂଷଣ କମାଇବାରେ ସହାୟତା ମିଳିବ।
ବିଏମ୍ସି ପକ୍ଷରୁ ସ୍କୁଲ୍ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ସ୍ୱଚ୍ଛ ଜାଳେଣି ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସେହିପରି ଧୂଳି ଉଡୁଥିବା ସ୍ଥାନଗୁଡ଼ିକରେ ପାଣି ସିଞ୍ଚନ କରିବା ପାଇଁ ମଧ୍ୟ ସମ୍ବନ୍ଧିତ ବିଭାଗକୁ ନିର୍ଦ୍ଦେଶ ଜାରି କରାଯାଇଛି
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ