
ଭୁବନେଶ୍ୱର, 06 ଜାନୁଆରୀ (ହି.ସ.) ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଭୁବନେଶ୍ୱର ବରମୁଣ୍ଡା ବିଏସଏବିଟି ର ୧୧୨ ଟି ଦୋକାନ ଗୃହ ଦୋକାନୀ ଙ୍କୁ ହସ୍ତାନ୍ତର କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ବାହାରେ ଅନ ହାଇଜେନିକ କଣ୍ଡିସନ୍ ରେ ଦୋକାନୀ ମାନେ ବ୍ୟବସାୟ କରୁଥିଲେ। ଏବେ ଭଲ ବାତାବରଣ ଭିତରେ ବ୍ୟବସାୟ କରିବେ। ଆଜି ଯେଉଁ ଦୋକାନୀ ମାନଙ୍କୁ ଦୋକାନ ଗୃହ ମିଳିଛି ବସ୍ ଟର୍ମିନାଲ ନିର୍ମାଣ ବେଳେ ବିଡ଼ିଏ ସେମାନଙ୍କ ଦୋକାନ ଘର ଭାଙ୍ଗିଥିଲା । ସବୁ ଦୋକାନୀ ଙ୍କ ଭଲ ବ୍ୟବସାୟ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। କିଛି ଷ୍ଟାର୍ଟ ଅପ୍ କମ୍ପାନୀ ଭିତରେ ବିଜନେସ ଆରମ୍ଭ କରିବେ। ଭିଜା ପ୍ରୋସେଶିଂ ଅଫିସ ମଧ୍ୟ ବିଏସଏବିଟି ଭିତରେ ଖୋଲିବ। ଏହାଛଡା ବିଏସଏବିଟି କୁ ଅଧିକ ପାସେଞ୍ଜର ଆସିବେ ସେନେଇ ଧ୍ୟାନ ଦିଆଯାଇଛି ତେଣୁ ବ୍ୟବସାୟ ଭଲ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମନ୍ତ୍ରୀ ଡ. ମହାପାତ୍ର ଦୋକାନ ବଣ୍ଟନ ସହିତ ବିଏସଏବିଟି ଭିତରେ ଥିବା ଆହାର କେନ୍ଦ୍ରରେ ୫ ଟଙ୍କିଆ ଆହାର ମିଲ ଖାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ