ଭୁବନେଶ୍ୱରର ଅନ୍ଧାରୁଆ ଆଦର୍ଶ ବିଦ୍ୟାଳୟରେ ଏଆଇ, ଆଇଓଟି , ରୋବୋଟିକ୍ସ ଓ ସାଇବର ସୁରକ୍ଷା ତାଲିମ ଶୁଭାରମ୍ଭ
ଭୁବନେଶ୍ୱର, 06 ଜାନୁଆରି (ହି.ସ.) ରାଜ୍ୟସ୍ତରୀୟ ମାଧ୍ୟମିକ ଏବଂ ଉଚ୍ଚମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ ଭୁବନେଶ୍ୱରର ଅନ୍ଧାରୁଆ ଆଦର୍ଶ ବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତ୍ତା, ଆଇଓଟି, ରୋବୋଟିକ୍ସ ଏବଂ ସାଇବର ସୁରକ୍ଷା ସମ୍ବନ୍ଧୀୟ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଶୁଭାର
ଭୁବନେଶ୍ୱରର ଅନ୍ଧାରୁଆ ଆଦର୍ଶ ବିଦ୍ୟାଳୟରେ ଏଆଇ, ଆଇଓଟି ,   ରୋବୋଟିକ୍ସ ଓ ସାଇବର ସୁରକ୍ଷା ତାଲିମ ଶୁଭାରମ୍ଭ


ଭୁବନେଶ୍ୱର, 06 ଜାନୁଆରି (ହି.ସ.) ରାଜ୍ୟସ୍ତରୀୟ ମାଧ୍ୟମିକ ଏବଂ

ଉଚ୍ଚମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ ଭୁବନେଶ୍ୱରର ଅନ୍ଧାରୁଆ ଆଦର୍ଶ ବିଦ୍ୟାଳୟରେ କୃତ୍ରିମ

ବୁଦ୍ଧିମତ୍ତା, ଆଇଓଟି, ରୋବୋଟିକ୍ସ ଏବଂ

ସାଇବର ସୁରକ୍ଷା ସମ୍ବନ୍ଧୀୟ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହି

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ,

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ

ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ତାଲିମ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଆଧୁନିକ ପ୍ରଯୁକ୍ତି ବିଦ୍ୟା, କୃତ୍ରିମ

ବୁଦ୍ଧିମତ୍ତା ଏବଂ ସାଇବର ସୁରକ୍ଷା ବିଷୟରେ ପ୍ରଶିକ୍ଷଣ ନେବେ। ସେହିପରି, ରାଜ୍ୟରେ ଏକ

ଉନ୍ନତ ଶିକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜାତୀୟ ଶିକ୍ଷା ନୀତି ପାଳନ ସହ

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଫଳ ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯାଉଛି। ଆଇଟି ବିଭାଗ ତରଫରୁ

କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଶିକ୍ଷା ପ୍ରଣାଳୀ ପ୍ରୟୋଗ ପାଇଁ ଆବଶ୍ୟକୀୟ ସୁବିଧା ସହଯୋଗ

ଦିଆଯାଉଛି, ଯାହା

ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧିରେ ସାହାଯ୍ୟ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande