
କେନ୍ଦୁଝର, ୬ ଜାନୁଆରୀ (ହି.ସ.)- କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ଥିବା ଏକ ସାମାଜିକ ଅନୁଷ୍ଠାନ ଅଶାର ଦ୍ୱାର ଫାଉଣ୍ଡେସନ ପକ୍ଷରୁ ମଙ୍ଗଳବାର ଦିନ ଯୋଡ଼ା କଲ୍ୟାଣ ମଣ୍ଡପ ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ପୋଲିସ ଉପଖଣ୍ଡ ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ଅନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଥିବା ବେଳେ ଟାଟା ଷ୍ଟିଲ ମୁଖ୍ୟ ରାଜେଶ କୁମାର, ଯୋଡ଼ା ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ, ଉପାଧ୍ୟକ୍ଷା ସନ୍ଧ୍ୟା ପାତ୍ର, ଯୋଡ଼ା ବିଶ୍ୱ ହିନ୍ଦୁ ପରିଷଦ ସଭାପତି ରଂଜିତ ମହାକୁଡ଼ ଉପସ୍ଥିତ ଥିଲେ l ଫାଉଣ୍ଡେସନ ମୁଖ୍ୟ ବିଜୟ ମହାକୁଡ଼ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ l ଫାଉଣ୍ଡେସନର ଅନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହି ସ୍ବେଛାକୃତ ଭାବେ ରକ୍ତଦାନ କରୁଥିବା ବ୍ୟକ୍ତି ମାନଙ୍କୁ ଉତ୍ସlହିତ କରିବା ସହ ଯତ୍ନ ନେଉଥିବା ଦେଖିବାକୁ ମିଳିଛି l
ଖଣି ଅଞ୍ଚଳରେ ରକ୍ତର ଘୋର ଅଭାବ ରହୁଥିବା ବେଳେ ରକ୍ତ ଅଭାବରୁ କିଛି ଅଘଟଣ ନହେଉ ଏହାକୁ ଦୃଷ୍ଟିରେ ରଖି ଏହି ରକ୍ତଦାନ ଶିବିର କରାଯାଇଥିବା ସଂସ୍ଥା ପକ୍ଷରୁ ଜଣାପଡିଛି l ଚମ୍ପୁଆ ଡାକ୍ତରୀ ଟିମ ମଧ୍ୟ ଉପସ୍ଥିତ ରହି ନିଜର ଯୋଗଦାନ ଦେଇ ରକ୍ତଦାନ ଶିବିରଟିକୁ ସଫଳ କରିଥିବା ଜଣାପଡିଛି l ତେବେ ଏହି କାର୍ଯ୍ୟକ୍ରମ ଜରିଆରେ ମାତ୍ରାଧିକ ରକ୍ତ ସଂଗ୍ରହ ହୋଇ କାର୍ଯ୍ୟକ୍ରମଟି ସଫଳ ହୋଇଥିବା ନେଇ ବିଜୟ ମହାକୁଡ଼ ଡାକ୍ତରୀ ଟିମ, ଫାଉଣ୍ଡେସନର ସଦସ୍ୟ, ଅତିଥି ଓ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA