ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ୱାରା ସଞ୍ଚିତା ମହାନ୍ତିଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, 06 ଜାନୁଆରୀ (ହି.ସ.) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୂର୍ବତନ ବିଧାୟିକା ଏବଂ ବିଶିଷ୍ଟ ନେତ୍ରୀ ସଞ୍ଚିତା ମହାନ୍ତିଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମନ୍ତବ୍ୟ କରିଛନ୍ତି ଯେ, ସଞ୍ଚିତା ମହାନ୍ତି ଜଣେ ଲୋକପ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ୱାରା ସଞ୍ଚିତା ମହାନ୍ତିଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି


ଭୁବନେଶ୍ୱର, 06 ଜାନୁଆରୀ (ହି.ସ.) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୂର୍ବତନ ବିଧାୟିକା ଏବଂ ବିଶିଷ୍ଟ ନେତ୍ରୀ ସଞ୍ଚିତା ମହାନ୍ତିଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମନ୍ତବ୍ୟ କରିଛନ୍ତି ଯେ, ସଞ୍ଚିତା ମହାନ୍ତି ଜଣେ ଲୋକପ୍ରିୟ ଜନପ୍ରତିନିଧି ଭାବେ ରାଜନୀତି ଓ ସମାଜସେବାରେ ଅମୂଲ୍ୟ ଅବଦାନ ରଖିଥିଲେ, ଯାହା ସଦା ସ୍ମରଣୀୟ ରହିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande