ଚିଲିକା ହ୍ରଦର ଦୀର୍ଘକାଳୀନ ସୁରକ୍ଷା ଓ ପୁନରୁଦ୍ଧାର ନେଇ ଆଲୋଚନା
କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଭେଟିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ପୁରୀ ସାଂସଦ ଡ ସମ୍ବିତ ପାତ୍ର ଭୁବନେଶ୍ୱର, 06 ଜାନୁଆରି (ହି.ସ.)ଏସିଆର ସବୁଠାରୁ ବଡ଼ ହ୍ରଦ ଚିଲିକାର ଦୀର୍ଘକାଳୀନ ପରିବେଶୀୟ ସୁରକ୍ଷା ଓ ପୁନରୁଦ୍ଧାର ନେଇ ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପୁରୀ
ଚିଲିକା ହ୍ରଦର ଦୀର୍ଘକାଳୀନ ସୁରକ୍ଷା ଓ ପୁନରୁଦ୍ଧାର ନେଇ ଆଲୋଚନା


କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଭେଟିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ପୁରୀ ସାଂସଦ ଡ ସମ୍ବିତ ପାତ୍ର

ଭୁବନେଶ୍ୱର, 06 ଜାନୁଆରି (ହି.ସ.)ଏସିଆର ସବୁଠାରୁ ବଡ଼ ହ୍ରଦ ଚିଲିକାର ଦୀର୍ଘକାଳୀନ ପରିବେଶୀୟ ସୁରକ୍ଷା ଓ ପୁନରୁଦ୍ଧାର ନେଇ ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପୁରୀ ସାଂସଦ ଡ. ସମ୍ବିତ ପାତ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଅବସରରେ ଚିଲିକା ହ୍ରଦର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଜଣା ପଡିଛି । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ନୀଳାମ୍ବୁ ଚିଲିକା ଏସିଆର ସବୁଠାରୁ ବଡ଼ ହ୍ରଦ, ପର୍ଯ୍ୟଟନ ଦୃଷ୍ଟିରୁ ସମୃଦ୍ଧ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଜୀବନଜୀବିକାର ଉତ୍ସ । ଏହି ହ୍ରଦର ସମୟାନୁକ୍ରମେ ବଦଳୁଥିବା ସ୍ଥିତି ବାବଦରେ ଆଇଆଇଟି ମାଡ୍ରାସ୍‌ ବିଜ୍ଞାନ ଭିତ୍ତିକ ଅଧ୍ୟୟନ କରି ଏହି ହ୍ରଦର ପୁନରୁଦ୍ଧାର ପାଇଁ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛି । ଏହି ଆର୍ଦ୍ରଭୂମିର ପରିବେଶୀୟ ସୁରକ୍ଷା ପାଇଁ ସମୟୋଚିତ ଓ ସମନ୍ୱିତ ପଦକ୍ଷେପର ଆବଶ୍ୟକତା ବାବଦରେ ଏହି ଅଧ୍ୟୟନରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୂର୍ବରୁ ହୋଇଥିବା ବିସ୍ତୃତ ଆଲୋଚନା ଆଧାରରେ କେନ୍ଦ୍ର–ରାଜ୍ୟ ସମନ୍ୱିତ ପଦ୍ଧତି ବାବଦରେ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ସହ ଆଲୋଚନା କଲୁ । ଚିଲିକାର ପୁନରୁଦ୍ଧାର ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ସହ ପରିବେଶର ସୁରକ୍ଷାରେ ବିଶେଷ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande