




ବଲାଙ୍ଗିର, ୬ ଜାନୁଆରୀ (ହି.ସ.)- ଅଯୋଧ୍ୟା ରାମ ମନ୍ଦିର ଅଭିମୁଖେ ଯାଇଥିବା ଧନୁଷ ରଥକୁ ବଲାଙ୍ଗିରରେ ଭବ୍ୟ ସ୍ଵାଗତ କରାଯାଇଛି। ଆଜି ରାଉରକେଲାରୁ ଆସୁଥିବା ତାମିଲନାଡ଼ୁରୁ ନିର୍ମିତ ହୋଇ ଅଯୋଧ୍ୟା ଶ୍ରୀ ରାମ ଲାଲାଙ୍କ ଉଦ୍ଦେଶ୍ୟରେ ଦିନ ୩ଟା ୩୦ ମିନିଟ ସମୟରେ ପହଞ୍ଚିଥିବା ଧନୁଷ ରଥକୁ ଏଠାରେ ବିଭିନ୍ନ ଆଧ୍ୟାତ୍ମିକ ସଙ୍ଗଠନ ଗୁଡିକ ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଏହି ସନାତନ ଜାଗ୍ରତ ମଞ୍ଚ ପକ୍ଷରୁ ଆସିଥିବା ରଥକୁ ମଞ୍ଚର ସଭାପତି ସନ୍ତୋଷ କୁମାର ବିଶ୍ଵାଳଙ୍କ ନେତୃତ୍ଵରେ ରାଉରକେଲାରୁ ବାହାରି ଥିଲା ଜାନୁୟାରୀ ୨ ତାରିଖରେ। ଆଜି ଏଠାରେ ବଲାଙ୍ଗିର ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱ ରେ ରଥ ପରିକ୍ରମା କରିଥିଲା। ରାଉଲକେଳାରୁ ସ୍ୱର୍ଣ ଧନୁ ରଥ ବାହାରି ଓଡିଶାର ବିଭିନ୍ନ ଜିଲ୍ଲା ଅତିକ୍ରମ କରି ବଲାଙ୍ଗିରରେ ପହଂଚି ପାଟନେଶ୍ୱରୀ ମନ୍ଦିର, ସମଲେଇଶ୍ୱରୀ ମନ୍ଦିର ଓ ସହର ମଧ୍ୟରେ ସ୍ଵର୍ଣ ଧନୁ ରଥ ପରିକ୍ରମା କରି ଅଯୋଧ୍ୟା ରାମ ମନ୍ଦିର ଅଭିମୁଖେ ଯାତ୍ରା କରିଛି। ବଲାଙ୍ଗୀରରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ଏହି ସ୍ୱର୍ଣ ଧନୁ ରଥକୁ ସ୍ୱାଗତ କରି ଜୈ ଶ୍ରୀରାମର ନାରା ଲଗେଇ ଥିଲେ। ମହିଳାମାନେ କଳସ ଓ ଧୂପ ଦୀପ ଜାଳି ସ୍ୱର୍ଣ ଧନୁକୁ ସ୍ୱାଗତ ଜଣାଇଥିଲେ। ଏହି ସ୍ୱର୍ଣ ଧନୁ ହିନ୍ଦୁଜାଗରଣ ମଞ୍ଚ ତରଫରୁ ଏହି ସ୍ୱର୍ଣ ଧନୁ ଯାତ୍ରା ଆୟୋଜିତ କରାଯାଇଛି। ଏହାର ମୂଳ ଉଦ୍ଦେଶ୍ୟ ହେଲା ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ବସୁନ୍ଧକମ କୁଟୁମ୍ବକମ ସାରାବିଶ୍ଵ ଆମ ପରିବାର ସେହି ଅନୁସାରେ ଏହି ସ୍ୱର୍ଣ ଧନୁ ଯାତ୍ରା ସାରା ମାନବ ସମାଜ ପାଇଁ କଲ୍ୟାଣ କାରି ହେବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଯୋଧ୍ୟାର ରାମ ମନ୍ଦିରରେ ଶ୍ରୀରାମ ଭଗବାନଙ୍କୁ ଏହି ସ୍ୱର୍ଣ ଧନୁ ଚଢ଼ା ଯିବ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ