
ଭୁବନେଶ୍ୱର, 06 ଜାନୁଆରୀ (ହି.ସ.) ଅର୍ଥ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କର ମତାମତ ନେଇ ବଜେଟର ପୂର୍ବ ପ୍ରସ୍ତୁତି କରି ଆସୁଛନ୍ତି l ବିଗତ ବର୍ଷ ମାନଙ୍କରେ ବଜେଟ୍ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତ୍ତିରେ କରାଯାଇଅଛି ଏବଂ ଏଥିପାଇଁ ଅର୍ଥ ବିଭାଗ ଏକ ସ୍ଵତନ୍ତ୍ର ୱେବ୍ ପୋର୍ଟାଲ୍ ଜରିଆରେ ଇମେଲ, ହ୍ୱାଟସଆପ ଓ ଏସଏମଏସ ମାଧ୍ୟମରେ ମତାମତ ସଂଗ୍ରହ କରିଥିଲେ l ବଜେଟ୍ ସଂକ୍ରାନ୍ତୀୟ ସମସ୍ତ ଦସ୍ତାବିଜ୍ ଏହି ପୋର୍ଟାଲରେ ଉପଲବ୍ଧ l
ଅର୍ଥ ବିଭାଗ ପକ୍ଷରୁ ଜାରୀ କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ବର୍ତ୍ତମାନ, 2026-27 ବର୍ଷ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ଵାନ କରିଛନ୍ତି ଯାହାକି ୱେବ୍-ପୋର୍ଟାଲ୍ ରେ ଉପଲବ୍ଧ। ଏହି ପରାମର୍ଶ ଗୁଡିକ ଇ-ମେଲ୍ ଦ୍ୱାରା ପଠାଇ ପାରିବେ। ସେହିପରି ବଜେଟ୍ ସମ୍ୱନ୍ଧୀୟ ମତାମତ ହ୍ୱାଟସଆପ ମାଧ୍ୟମରେ (+91)9438161111 ମୋବାଇଲ ମଧ୍ୟ ପଠାଇ ପାରିବେ । ଏହି ସୁବିଧା 31 ଜାନୁୟାରୀ, 2026 ପର୍ଯ୍ୟନ୍ତ ଉପଲବ୍ଧ ରହିବ ।
ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ଅଧିବାଚକ ସଂଘ ଓ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ଅନୁରୋଧ କରାଯାଉଅଛି ଯେ ଏହି ସ୍ୱତନ୍ତ୍ର ବ୍ୟବସ୍ଥାକୁ ବ୍ୟବହାର କରି ରାଜ୍ୟ ସରକାରଙ୍କର ବଜେଟ୍ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ