

ବଲାଙ୍ଗୀର, ୦୬ ଜାନୁଆରୀ(ହି.ସ.) – ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡ଼ିଆ ଠାରେ ବଲାଙ୍ଗୀର ଫ୍ରେଣ୍ଡସ୍ କ୍ଳବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗୀତା ଦ୍ୱିତୀୟ ଦିନରେ ପହଂଚିଛି। ଆଜିର ଏହି ପ୍ରତିଯୋଗିତାରେ କ୍ଲବର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟ-ଅତିଥି ଭାବରେ ବଲାଙ୍ଗୀର ଜିଲ୍ଳା ପରିଷଦ ଅଧକ୍ଷା ଦେବକୀ ସାହୁ, ସମ୍ମାନିତ ଅତିଥି ଭାବରେ ଏସ୍.ଇ. ଆଶିଷ ପଣ୍ଡା, ଇଞ୍ଜିନିୟର ସୁବ୍ରତ ସେଠ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର, ହୀରାଖଣ୍ଡ କର୍ମଚାରୀ ସଙ୍ଘର ଉପସଭାପତି ପବିତ୍ର ଖୁଂଟିଆ, କ୍ରୀଡ଼ାବିତ ତଥା ଯୁବନେତ୍ରୀ ଶୁଭଶ୍ରୀ ମିଶ୍ର, କ୍ଲକ୍ର ସଧାରଣ ସମ୍ପାଦକ ଜଗନ୍ନାଥ ମିଶ୍ର ମଂଚାସିନ ଥିଲେ। ରାଜେନ୍ଦ୍ର ଧାରୁଆ, ସୁଦର୍ଶନ ସେଠ, ଜିତୁ କୁମାର ଦଳାଇ, ସଞ୍ଜନ କୁଡ଼େଇ, କରିଥିବାବେଳେ ମ୍ୟାଚ କମିଶନର ଭାବରେ ସୁନିଲ ଚନ୍ଦ୍ର ବିଶ୍ୱାଳ ରହିଥିଲେ। ଆଜି ଦ୍ୱିତୀୟ ଦିନ ଖେଳରେ ଷ୍ଟିଲ ସିଟି କ୍ଲବ ରାଉଲକେଲା ଏବଂ ଭବାନୀପାଟଣା ଇଭିନିଙ୍ଗ କ୍ଲବ ମଧ୍ୟରେ ହୋଇଥିଲା, ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ପରସ୍ପର ଗୋଟେ ଲେଖାଏଁ ଗୋଲ କରିଥିଲେ। ପରିଶେଷରେ ଭବାନୀପାଟଣା ଦଳ ପେନଲଟି ସୁଟ୍ ଆଉଟ୍ ଜରିଆରେ ରାଉଲକେଲା ଦଳକୁ ପରାସ୍ତ କରି ବିଜୟ ହୋଇଥିଲା। ବିଶିଷ୍ଠ କ୍ରିଡ଼ାବିତ୍ ଭିକାରି ଚରଣ ବାଗ ଓ ସୁବୋଧ ପ୍ରଧାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମର୍ଦ୍ଧନା କରାଯାଇଥିଲା। ପବିତ୍ର ଖୁଂଟିଆ, ମଧୁ ବନଛୋର, ଲକ୍ଷ୍ମୀ ସ୍ୱାଇଁ, କିଶୋର ଦଣ୍ଡସେନା, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, ସଞ୍ଜୀବ ସାହୁ, ମନୋଜ କୁମାର ମିଶ୍ର, ଆକାଶ ମିଶ୍ର, ମନୋଜ ଦୀପ, ପୃଥୀରାଜ ବରାଡ, ରାମ ନାଏକ, ସୋନୁ ପଟ୍ଟନାୟକ, ପୂର୍ଣ୍ଣ ତ୍ରୀପାଠୀ, ଦେବେନ ପାତ୍ର, ବବଲୁ କୁରସି, ଟିକୁ ପରିଚ୍ଚା, ନିତ୍ୟା ପଧାନ, ସନତ ତ୍ରିପାଠୀ, ଅରୋରଞ୍ଜନ ମହାପାତ୍ର, ପୃଥ୍ୱୀରାଜ ବରାଡ଼, ବିକାଶ ସା, ଆରୋରଞ୍ଜନ ମହାପାତ୍ର, ବିଦ୍ୟା ସାହୁ, ପ୍ରଦୀପ ସାହୁ, ଅରୁଣ ପଧାନ, ଯତୀନ୍ଦ୍ର ମିଶ୍ର, ସୁଶାନ୍ତ ନେଗୀ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତା କାଲି ପ୍ରଥମ ସେମିଫାଇନାଲ ଖେଳ ବରଗଡ ଓ ଭବାନୀପାଟଣା ଇଭିନିଙ୍ଗ କ୍ଳବ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟୀ ପକ୍ଷରୁ ସୁଚନା ଦେଇଛନ୍ତି। ସଭାକୁ ଶରତ ନନ୍ଦ ପରିଚାଳନା କରିଥିବା ବେଳେ କ୍ଲବର ସଧାରଣସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ