ତ୍ରୟୋବିଂଶ ତମ ବଲାଙ୍ଗୀର ଲୋକ ଉତ୍ସବ ସେମିନାର କମିଟିର ପ୍ରସ୍ତୁତି ବୈଠକ
ବଲାଙ୍ଗୀର, ୦୬ ଜାନୁଆରୀ(ହି.ସ.) – ତ୍ରୟୋବିଂଶ ତମ ବଲାଙ୍ଗୀର ଲୋକ ଉତ୍ସବ ସେମିନାର କମିଟିର ପ୍ରସ୍ତୁତି ବୈଠକ ଜିଲ୍ଲା କ୍ରିଡା ଅଧିକରୀ ତଥା ସମ୍ପାନ ସମିତି ଅଧ୍ୟକ୍ଷ ପରାସର ବାଗଙ୍କ ଅଧ୍ୟକ୍ଷତାରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୯ ତାରିଖ ଅପରାହ୍ନ ୨ଘଂଟା ସମୟରୁ
ତ୍ରୟୋବିଂଶ ତମ ବଲାଙ୍ଗୀର ଲୋକ ଉତ୍ସବ ସେମିନାର କମିଟିର ପ୍ରସ୍ତୁତି ବୈଠକ


ତ୍ରୟୋବିଂଶ ତମ ବଲାଙ୍ଗୀର ଲୋକ ଉତ୍ସବ ସେମିନାର କମିଟିର ପ୍ରସ୍ତୁତି ବୈଠକ


ବଲାଙ୍ଗୀର, ୦୬ ଜାନୁଆରୀ(ହି.ସ.) – ତ୍ରୟୋବିଂଶ ତମ ବଲାଙ୍ଗୀର ଲୋକ ଉତ୍ସବ ସେମିନାର କମିଟିର ପ୍ରସ୍ତୁତି ବୈଠକ ଜିଲ୍ଲା କ୍ରିଡା ଅଧିକରୀ ତଥା ସମ୍ପାନ ସମିତି ଅଧ୍ୟକ୍ଷ ପରାସର ବାଗଙ୍କ ଅଧ୍ୟକ୍ଷତାରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୯ ତାରିଖ ଅପରାହ୍ନ ୨ଘଂଟା ସମୟରୁ କୋଶଳ କଳାମଣ୍ଡପ ପୁରୁଣା ସାଂସ୍କୃତିକ ମଂଚରେ କବି ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ଅବସରରେ ବରିଷ୍ଠ କବି ଭାଗିରଥି ମିଶ୍ର ଏବଂ ଡ.ଘାସିରାମ ମିଶ୍ରଙ୍କୁ ସମ୍ମାନିତ କରାଯିବ ତଥା ସମ୍ବଲପୁରର କବି ପ୍ରଦିପ ପଣ୍ଡା ଅତିଥି କବି ଭାବେ ଯୋଗଦାନ କରିବାର ସିଦ୍ଧାନ୍ତ ହୋଇଛି। ଲୋକନୃତ୍ୟ ନଚନିଆଁ ଶୀର୍ଷକରେ ୨୩ତାରିଖ ଦିନ ସକାଳ ୧୦ଘଂଟା ସମୟରୁ ଏକ ଆଲୋଚନାଚକ୍ର ଟାଉନ ବାଳିକା ଉଚ୍ଚବିଦ୍ୟାଳୟ ର ସଭା ମଂଚରେ ଅନୁଷ୍ଠିତ ହେବ, ଯେଉଁଥିରେ ଭବାନିପାଟଣାର ଧ୍ୟାନାନନ୍ଦ ପଣ୍ଡା ଏବଂ ବଙ୍ଗୋମୁଣ୍ଡାର ରାଜିବ ସଗରିଆ ଆଲୋଚକ ଭାବରେ ଯୋଗ ଦେବାର ନିଷ୍ପତି ଗୃହିତ ହୋଇଛି। ଏହି ବୈଠକରେ ସହ-ଅଧ୍ୟକ୍ଷ ସନାତନ ଠାକୁର ଏବଂ ରସରାଜ ଅଚ୍ୟୁତ ପୁରୋହିତ ତଥା ବରିଷ୍ଠ ସଭ୍ୟ ଡ.ଘାସିରାମ ମିଶ୍ର ଗଠନମୂଳକ ମତାମତ ରଖିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ନରେନ୍ଦ୍ର ମିଶ୍ର, ଜୟ କୁମାର ଆଚାର୍ଯ୍ୟ, ଡ. ଲଳିତ କୁମାର ସାହୁ, କବିରାଜ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande