ମାଲକାନଗିରି କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳିତ
ମାଲକାନଗିରି, ୬ ଜାନୁଆରୀ (ହି.ସ.)- ରାଜ୍ୟରେ ଜଳସଂପଦ ବିଭାଗ ଆନୁକୂଲ୍ୟରେ ଜାନୁଆରୀ ୬ରୁ ପାଣି ପଞ୍ଚାୟତ ପକ୍ଷ-ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପାଣି ପଞ୍ଚାୟତ ପକ୍ଷର ପ୍ରଥମ ପର୍ଯ୍ୟାୟରେ ଆଜି ମାଲକାନଗିରି ଜିଲ୍ଲା ,କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ପଡିଆ ବ୍ଳକ ଉଣ୍ଡରୁ କୋଣ୍ଡା ସେଚା ଞ୍ଚଳଅ
ମାଲକାନଗିରି କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳିତ


ମାଲକାନଗିରି କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳିତ


ମାଲକାନଗିରି କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳିତ


ମାଲକାନଗିରି, ୬ ଜାନୁଆରୀ (ହି.ସ.)- ରାଜ୍ୟରେ ଜଳସଂପଦ ବିଭାଗ ଆନୁକୂଲ୍ୟରେ ଜାନୁଆରୀ ୬ରୁ ପାଣି ପଞ୍ଚାୟତ ପକ୍ଷ-ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପାଣି ପଞ୍ଚାୟତ ପକ୍ଷର ପ୍ରଥମ ପର୍ଯ୍ୟାୟରେ ଆଜି ମାଲକାନଗିରି ଜିଲ୍ଲା ,କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ପଡିଆ ବ୍ଳକ ଉଣ୍ଡରୁ କୋଣ୍ଡା ସେଚା ଞ୍ଚଳଅଧିନସ୍ଥ ଉଣ୍ଡରୁ କୋଣ୍ଡା ଠାରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଷୁଦ୍ର ଜଳ ସେଚନ ମଣ୍ଡଳ (୨)ଜୟପୁର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ. ରମାକାନ୍ତ ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଉଣ୍ଡରୁ କୋଣ୍ଡା ପଞ୍ଚାୟତ ସରପଞ୍ଚ କାନନ ବଜେ, ସମିତିସଭ୍ୟା ଗାୟତ୍ରୀ ମାଡକାମୀ, ଉଦ୍ୟାନ ବିଭାଗ ଉପ ନିର୍ଦେଶକ ଦୟାନିଧି ରାଉତ, ମାଲକାନଗିରି କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଶ୍ରୀଦ୍ଧାର୍ଥ କର, ବ୍ଳକ କୃଷି ଅଧିକାରୀ ସଞ୍ଜୟ କୁମାର ସୋରେନ ଓ ପଡିଆ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପରମାନଦ ମହାପାତ୍ର ଯୋଗଦେଇଥିଲେ। ସଭା ପ୍ରାରମ୍ଭରେ ମଞ୍ଚାସିନ ଅତିଥି ମାନେ ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅତିଥି ମାନେ ନିଜ ନିଜ ଅଭିଭାଷଣରେ ଚାଷୀ ଓ ଚାଷର ଉନ୍ନତି ପାଇଁ ପାଣିପଞ୍ଚାୟତର ଭୂମିକା ଓ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଏହି ଅବସରରେ ପୂର୍ବରୁ ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା ଗୁଡିକର କୃତି ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ପରେ ବିଦ୍ୟାଳୟ ଗୁଡିକର କୁନି ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମକୁ କ୍ଷୁଦ୍ର ଜଳ ସେଚନ ବିଭାଗ କାଲିମେଳା ଉପଖଣ୍ଡ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ବେହେରା ପରିଚାଳନା କରିଥିଲେ।

ଅନୁଷ୍ଠିତ ସଭାରେ କ୍ଷୁଦ୍ର ଜଳ ସେଚନ ବିଭାଜନ କାର୍ଯ୍ୟାଳୟ ର କନିଷ୍ଠ ଯନ୍ତ୍ରୀ ଏସ୍ଟିମେଟର ଇଂ ବଳଭଦ୍ର ଗାଞ୍ଜୁ, ମାଥିଲି କନିଷ୍ଠ ଯନ୍ତ୍ରୀ ପାରସ କୁମାର ବେହେରା, ମାଲକାନଗିରି କନିଷ୍ଠ ଯନ୍ତ୍ରୀ କାର୍ତ୍ତିକ ହେମ୍ରାମ, ଏସଡିଓ ମାଲକାନଗିରି ସୁଭାଷ ଚନ୍ଦ୍ର ଟୁଡୁ, ଏସଡିଓ ମାଥିଲି ପ୍ରଦୀପ୍ତ କୁମାର ନିଶିକା, ପଡିଆ କନିଷ୍ଠ ଯନ୍ତ୍ରୀ ବିଭୂପ୍ରସାଦ ସାହୁ, ମୁରଲୀ ମୋହନ ବେହେରା, ରାଜେଶ୍ୱର ପାଣିଗ୍ରାହୀ, ଭାରତୀ ଦେବି, ଗଙ୍ଗାରାମ ପାଣିପଞ୍ଚାୟତର ସଭାପତି ସନ୍ତୋଷ କର୍ତ୍ତାମୀ, ସମ୍ପାଦକ, କୋଷାଧ୍ୟକ୍ଷ, ସମସ୍ତ ସଦସ୍ୟ, ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ବହୁ ସଂଖ୍ୟାରେ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଜଳବାୟୁ ପରିବର୍ତ୍ତନର ପ୍ରତିକାର, ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡିଆ, ଗ୍ରୀନ ଏନର୍ଜି ହାଇସ୍କୁଲ ପଡିଆ, ବର୍ଷା ଜଳ ସଂରକ୍ଷଣ ମାଟେରୁ ଏସଏସଡି ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଉଣ୍ଡରୁକୋଣ୍ଡା ଗ୍ରାମର ସ୍ବପନା ମାରି ଓ ରୀନା ମାରି ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande