ଜିଲା ବିଜେପି କାର୍ଯ୍ୟାଳୟରେ ବିଶାଳ ରକ୍ତଦାନ ଶିବିର
କେନ୍ଦୁଝର, ୬ ଜାନୁଆରୀ (ହି.ସ.)- ଆଜି କେନ୍ଦୁଝର ମାଟିର ନେତା ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୫୪ ତମ ଜନ୍ମଦିନ । ଆଜି ଏହି ଅବସରରେ ବିଜେପି କେନ୍ଦୁଝର ଜିଲ୍ଲା ପକ୍ଷରୁ ଧୁମ୍ ଧାମରେ ପାଳନ କରାଯାଉଛି। ଜିଲା ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱରେ ଆଜିର ଦିନକୁ କେନ୍ଦୁଝରର ଭାଜପା
Mega blood donation camp at bjp party office


କେନ୍ଦୁଝର, ୬ ଜାନୁଆରୀ (ହି.ସ.)- ଆଜି କେନ୍ଦୁଝର ମାଟିର ନେତା ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୫୪ ତମ ଜନ୍ମଦିନ । ଆଜି ଏହି ଅବସରରେ ବିଜେପି କେନ୍ଦୁଝର ଜିଲ୍ଲା ପକ୍ଷରୁ ଧୁମ୍ ଧାମରେ ପାଳନ କରାଯାଉଛି। ଜିଲା ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱରେ ଆଜିର ଦିନକୁ କେନ୍ଦୁଝରର ଭାଜପା କର୍ମୀ ମାନେ ସେବା ଦିବସ ଭାବରେ ପାଳନ କରିଛନ୍ତି। ଏହି ଅବସରରେ ଆଜି ଜିଲା ବିଜେପି କାର୍ଯ୍ୟାଳୟରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମେଗା ରକ୍ତଦାନ ଶିବିରକୁ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଏବଂ ତେଲକୋଇ ବିଧାୟକ ଡ଼ ଫକିର ଚରଣ ନାୟକ ଫିତା କାଟି ଉଦ୍ଘାଟନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଭାସୀ ମାଧ୍ୟମରେ ଯୋଡି ହୋଇ ରକ୍ତବୀର ଏବଂ ଉଦ୍ୟକ୍ତା ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ଆଜିର ରକ୍ତଦାନ ଶିବିରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ରକ୍ତଦାତା ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବିପୁଳ ଜନ ସମର୍ଥନ ଭିତରେ କେନ୍ଦୁଝର ଜିଲା ରକ୍ତ ଭଣ୍ଡାର ସହିତ କଟକ ଏବଂ କରଞ୍ଜିଆରୁ ଆସିଥିବା ରକ୍ତଭଣ୍ଡାର କର୍ମୀମାନେ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ହରିହର ମହାନ୍ତ ଏବଂ ବରୋଦା ସାହୁ, ଜିଲ୍ଲା ସମ୍ପାଦକ ବିଶ୍ୱଜିତ୍ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ତଥା ଜିଲ୍ଲା ନେତୃବୃନ୍ଦ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥଲେ। ଏହି ମେଗା ରକ୍ତଦାନ ଶିବିରରେ ୧୫୦୦ ୟୁନିଟରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande