

ମୁଖୀଗୁଡା,୬ଜାନୁଆରୀ(ହି. ସ) - ବିଜେଡି ସରକାର ଅମଳରେ ଯେଉଁ ଜମି କିସମରେ ଧାନ ଚାଷ କରି ମଣ୍ଡିରେ ବିକ୍ରି କରୁଥିଲେ ଏବେ ସେହି ଚାଷ ଜମିରେ ବିଜେପି ସରକାରରେ ଧାନ ବିକ୍ରି ପାଇଁ ଟୋକନ୍ ନଆସିବାରୁ ହରଣଘଣାରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଦୁଇ ଚାଷୀ ଜୟପାଟଣା ବ୍ଳକ ରେଙ୍ଗାଳ ପାଲି ପଂଚାୟତ ତାଳପଦର ଗ୍ରାମର ଚାଷୀ ବସନ୍ତ କୁମାର ସାହୁ ଖରିଫ ଚାଷ କରି ମଣ୍ଡିରେ ଧାନ ବିକିବେ ବୋଲି ତାଲପଦର ମୌଜାର ଖାତା ନୁମ୍ବର ୯୧/୩୫୦ ପ୍ଲଟ ୭୯/୧୯୮୦ ଓ ଖାତା ୯୧/୪୪୬ ପ୍ଲଟ ୭୯/୨୦୭୬ ମୋଟ ୩ ଏକର ଜମିରେ ଧାନ ଚାଷ କରି ଥିଲେ ହେଲେ ସେ ବିଜେଡି ସରକାର ଅମଳରେ ମଣ୍ଡିରେ ବିକ୍ରିକରୁ ଥିଲେ କିନ୍ତୁ ନୂତନ ସରକାର ସମୟ ରେ ଖରିପ ୨୦୨୪-୨୫ ଓ ଏବେ ୨୦୨୫ -୨୬ ରେ ଟୋକନ ଆସିଲା ନାହିଁ ଏ ସମ୍ପର୍କରେ ଜନ ଶୁଣାଣି ପୋଟାଲ ରେ ଡିଏମ ୨୦୨୫୧୪୩୩୭୬୫ ଗତ ୪ ଡିସେମ୍ବର ୨୦୨୫ ରେ ଅଭିଯୋଗ କରି ଥିଲେତାଙ୍କୁ ଉତର ମିଳିଲାଯେ ମୁଣ୍ଡା କିସମରେ ଧାନ ଚାଷ କରି ଥିଲେ ମଣ୍ଡି ରେ ଧାନ ବିକ୍ରି କରି ପାରିବେ ନାହିଁ । ହେଲେ ସରକାର ମୁଣ୍ଡା କିସମ ଥିବା ଚାଷ ଜମିରେ ଚାଷୀଙ୍କୁ ଧାନ ଚାଷ ନ କରିବା ପାଇଁ କାଇଁକି ସୂଚନା ଦେଲେ ନାହିଁ ବୋଲି ପ୍ରଶ୍ନ ଉଠିଛି । ବସନ୍ତ ସାହୁ ଧାନ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ମଣ୍ଡିରେ ଧାନ ବିକ୍ରି ନକରି କମ ଦରରେ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେବେ । ଏଣୁ ମୁଣ୍ଡା କିସମ ଜମିରେ ରେ ଧାନ ଚାଷ ବ୍ୟତୀତ ଅନ୍ୟ ଚାଷ କିମ୍ବା ଅନ୍ୟ ବ୍ୟବସ୍ତା ତାଙ୍କ ପାଇଁ କରାଯାଉ ନଚେତ ସରକାର କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି । ସେହିପରି ଉଛୁଳା ପଂଚାୟତ ନୂଆଗୁଡା ଗ୍ରାମର ନୀଳମଣି ସାହୁ ୫ଏକର ୬୦ଡ଼ିସିମିଲ ମୁଣ୍ଡା କିସମ ଜମିରେ ଧାନ ଚାଷ କରିଥିଲେ ସେ ମଧ୍ୟ ବିଜେଡି ସରକାର ଅମଳରେ ମଣ୍ଡିରେ ଧାନ ବିକ୍ରି କରିଥିଲେ ହେଲେ ଏଥର ତାଙ୍କର ମଧ୍ୟ ଟୋକନ ଆଯ଼ି ନାହିଁ । ଏହି ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସରକାର ପଦକ୍ଷେପ ନେବାକୁ ଦାବୀ ହେଉଛି ।
ହିନ୍ଦୁସ୍ଥାନ ସମାଚାର / ନିହାର