ସମ୍ବଲପୁରର ନୂତନ ବିଜେପି ଜିଲ୍ଲା ସଭାପତିଙ୍କ ଦାୟିତ୍ୱ ଗ୍ରହଣ ପରେ ମାଙ୍କୁ କଲେ ଦର୍ଶନ
ସମ୍ବଲପୁର, ୦୬ ଜାନୁଆରୀ(ହି.ସ.) – ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଗତ ୪ ତାରିଖ ବିଳମ୍ୱିତ ରାତ୍ରିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବିଧିବଦ୍ଧ ଭାବେ ରାମଚନ୍ଦ୍ର ମେହେରଙ୍କୁ ପଶ୍ଚିମାଂଚଳର ପ୍ରଶାସନିକ, ବ୍ୟବସାୟିକ ତଥା ସାଂସ୍କୃତିକ ପ୍ରାଣ କେନ୍ଦ୍ର ସମ୍ବଲପୁର ଜିଲ୍ଲାର ବିଜେପି ଜିଲ୍ଲା
ସମ୍ବଲପୁରର ନୂତନ  ବିଜେପି ଜିଲ୍ଲା ସଭାପତିଙ୍କ ଦାୟିତ୍ଵ ଗ୍ରହଣ ପରେ ମାଁ'ଙ୍କୁ କଲେ ଦର୍ଶନ


ସମ୍ବଲପୁରର ନୂତନ  ବିଜେପି ଜିଲ୍ଲା ସଭାପତିଙ୍କ ଦାୟିତ୍ଵ ଗ୍ରହଣ ପରେ ମାଁ'ଙ୍କୁ କଲେ ଦର୍ଶନ


ସମ୍ବଲପୁରର ନୂତନ  ବିଜେପି ଜିଲ୍ଲା ସଭାପତିଙ୍କ ଦାୟିତ୍ଵ ଗ୍ରହଣ ପରେ ମାଁ'ଙ୍କୁ କଲେ ଦର୍ଶନ


ସମ୍ବଲପୁର, ୦୬ ଜାନୁଆରୀ(ହି.ସ.) – ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଗତ ୪ ତାରିଖ ବିଳମ୍ୱିତ ରାତ୍ରିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବିଧିବଦ୍ଧ ଭାବେ ରାମଚନ୍ଦ୍ର ମେହେରଙ୍କୁ ପଶ୍ଚିମାଂଚଳର ପ୍ରଶାସନିକ, ବ୍ୟବସାୟିକ ତଥା ସାଂସ୍କୃତିକ ପ୍ରାଣ କେନ୍ଦ୍ର ସମ୍ବଲପୁର ଜିଲ୍ଲାର ବିଜେପି ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି।

ଜିଲ୍ଲା ସଭାପତି ଦାୟିତ୍ୱ ଗ୍ରହଣ ପରେ ଆଜି ଶ୍ରୀ ମେହେର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା ପାଇଁ ମା’ଙ୍କ ମନ୍ଦିରକୁ ଯାଇଥିଲେ। ପୂର୍ବ ସୂଚନା କ୍ରମେ ଶତାଧିକ ବିଜେପି କର୍ମୀ, ସମର୍ଥକ ଓ ପଦାଧିକାରୀ ମନ୍ଦିରର ମୁଖ୍ୟଦ୍ୱାର ସମ୍ମୁଖରେ ଶ୍ରୀ ମେହେରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ମନ୍ଦିର ଦର୍ଶନ କାର୍ଯ୍ୟକ୍ରମରେ ସିମାଂଚଳ ଖଟେଇ, ଦମୋଦର୍ କର, ସବିତା ନନ୍ଦଙ୍କ ସମେତ ଜିଲ୍ଳା ଓ ରାଜ୍ୟ ପଦାଧିକାରୀ ଗଣ, ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତା ଗଣ, ଜିଲ୍ଳା ର ପ୍ରାୟ ସମସ୍ତ ମଣ୍ଡଳର ମଣ୍ଡଳ ସଭାପତି, ସକ୍ରିୟ କର୍ମକର୍ତା ଗଣ ଉପସ୍ଥିତ ଥିଲେ।

ମନ୍ଦିର ଦର୍ଶନ ପରେ ଶ୍ରୀ ମେହର ବଡ ବଜାର ଅଂଚଳର ପୁରୁଣା ବିଜେପି କର୍ମି ଗୁରୁବାରି ସିଂ, ଉଷା ପ୍ରଧାନ, ବାସନ୍ତୀ ସ୍ୱାଇଁ, ଫୁଲମତି ମାଝୀଙ୍କ ଘରକୁ ଯାଇ ଆଶିର୍ବାଦ ଭିକ୍ଷା କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ପୂର୍ବରୁ ରାଜ୍ୟର ୩୭ଟି ବିଜେପି ସଂଗଠନିକ ଜିଲ୍ଲାରୁ ୩୬ଟି ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇସାରିଥିଲା। କେବଳ ସମ୍ବଲପୁର ଜିଲ୍ଲା ସଭାପତି ପଦ ପାଇଁ ନାମ ଚୁଡ଼ାନ୍ତ ହୋଇ ପାରିନଥିଲା। ଶେଷରେ ସର୍ବସମ୍ମତି କ୍ରମେ ରାମଚନ୍ଦ୍ର ମେହେରଙ୍କୁ ଜିଲ୍ଲା ସଭାପତି ପଦ ପାଇଁ ଚୟନ କରାଯାଇଥିଲା।

ଏହା ପୂର୍ବରୁ ଶ୍ରୀ ମେହେର ସମ୍ବଲପୁର ପୌର ପରିଷଦର ଉପ ନଗରପାଳ(୧୯୯୧ରୁ ୯୫), ସମ୍ବଲପୁର ବିଜେପିର ଜିଲ୍ଲା ସଭାପତି (୨୦୧୬ରୁ ୨୧) ଦାୟିତ୍ୱ ଅତି ସଫଳତାର ସହ ନିର୍ବାହନ କରି ସାରିଛନ୍ତି। ତାଙ୍କ ସଭାପତିତ୍ୱ କାର୍ଯ୍ୟକାଳ ସମୟରେ ୨୦୧୭ରେ ସମ୍ବଲପୁର ଜିଲ୍ଲା ପରିଷଦ ଗଠନ, ୨୦୧୯ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ସମ୍ବଲପୁର ସାଂସଦ ଓ ଦୁଇ ଜଣ ବିଧାୟକଙ୍କ ବିଜୟ ହୋଇଥିଲା। ବର୍ତମାନ ସେ ବିଜେପି ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ରହି ବୌଦ୍ଧ ଜିଲ୍ଲା ପ୍ରଭାରୀ ଦାୟିତ୍ୱ ନିର୍ବାହନ କରୁଥିଲେ। ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ କୃପାରୁ ତାଙ୍କ କାର୍ଯ୍ୟକାଳରେ ସମ୍ବଲପୁର ବିଜେପି ଆହୁରି ମଜଭୁତ, ସକ୍ରିୟ ଓ ସଫଳ ହେବ ବୋଲି ଆମର ଦୃଢ଼ ବିଶ୍ୱାସ ରହିଛି ବୋଲି ବିଜେପି ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି କହିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande