ମା ପରେ ପରେ ଚାଲିଗଲା ପୁଅର ଜୀବନ; ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ
ଜୟପୁର, ୬ ଜାନୁଆରୀ (ହି.ସ.)- ଜୟପୁରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମାଆର ମୃତ୍ୟୁର କିଛି ସମୟରେ ଚାଲିଗଲା ପୁଅର ଜୀବନ। ଜୟପୁର ସହର ପରିଛା ସାହିରେ ଘଟିଛି ଏହି ଘଟଣା । ମୃତ ମାଆଙ୍କ ନାଁ ଏସ୍.ସାହିଵାଣି ଓ ପୁଅ ହେଉଛି ଏସ.ରବି କୁମାର । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର
ମା ପରେ ପରେ ଚାଲିଗଲା ପୁଅର ଜୀବନ ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ


ମା ପରେ ପରେ ଚାଲିଗଲା ପୁଅର ଜୀବନ ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ


ଜୟପୁର, ୬ ଜାନୁଆରୀ (ହି.ସ.)- ଜୟପୁରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମାଆର ମୃତ୍ୟୁର କିଛି ସମୟରେ ଚାଲିଗଲା ପୁଅର ଜୀବନ। ଜୟପୁର ସହର ପରିଛା ସାହିରେ ଘଟିଛି ଏହି ଘଟଣା । ମୃତ ମାଆଙ୍କ ନାଁ ଏସ୍.ସାହିଵାଣି ଓ ପୁଅ ହେଉଛି ଏସ.ରବି କୁମାର ।

ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ପରିଚ୍ଛା ସାହିରେ। ମା ଏସ. ସାହିବାଣି ପକ୍ଷପାତ ରୋଗରେ ପଡିତ ହୋଇ ଦୀର୍ଘଦିନ ହେଲା ଶଯ୍ୟାସାୟୀ ହୋଇ ରହିଥିଲେ। ନିଜଠାରୁ ଅଧିକ ସେ ମାକୁ ଭଲ ପାଉଥିଲା। ମା' ର ସମସ୍ତ ଆବଶ୍ୟକତା ପୁରଣ କରୁଥିଲା। ପ୍ରତିଦିନ ପରି ଆଜି ମଧ୍ୟ ମା' ର ସମସ୍ତ କାର୍ଯ୍ୟ ସାରି ପୁଅ ବାହାରକୁ ଯାଇଥିଲା। ବାହାରୁ ଫେରି ମା'କୁ ଦେଖିବା ବେଳକୁ ମା' ଙ୍କ ମୃତ୍ୟୁ ହୋଇଛି । ଏକଥା ଜାଣିବା ପରେ ପୁଅର ମଧ୍ୟ ହୃଦଘାତରେ ମୃତ୍ୟୁ ହୋଇଯାଇଥିଲା। ଆଗପଛ ହୋଇ ମା ଓ ପୁଅ ଚାଲି ଯାଇଥିଲେ ।

ମା ଏସ. ସାହିବାଣି, ପୁଅ ଏସ. ରବି କୁମାର ଓ ଝିଅ ଏସ. ସୁକାନ୍ତିଙ୍କୁ ନେଇ ଚାଲିଥିଲା ତାଙ୍କ ପରିବାର। ବାପା ଚାଲିଯିବା ପରେ ବାପାଙ୍କ ପେନସନ ଟଙ୍କା ଓ କିଛି ଜମିବାଡିରୁ ଟଙ୍କା ଆଣି ଚଳୁଥିଲା ପରିବାର। ଦୁଃଖ କଷ୍ଟରେ ପରିବାର ଚାଲୁଥିଲେ । ମା' ର ସେବା କରିବା ପାଇଁ ପୁଅ ବିବାହ କରିନଥିବା ବେଳେ ଝିଅର ମାନସିକ ଅବସ୍ଥା ଭଲ ନଥିବା ଯୋଗୁଁ ଝିଅ ମଧ୍ୟ ବିବାହ କରିନଥିଲା। ପ୍ରତିଦିନ ପରି ଆଜି ସକାଳୁ ମଧ୍ୟ ମା'ର ସେବା କରି ପୁଅ ରବି ବାହାରକୁ ଜମି ଦେଖିବା ପାଇଁ ଯାଇଥିଲେ। ସକାଳ ସାଢେ ୭ଟା ବେଳକୁ ସେ ଘରକୁ ଫେରି ଦେଖିବା ବେଳକୁ ମା ଆରପାରିକୁ ଚାଲିଯାଇଥିଲେ। ମା' ର ଏପରି ଅବସ୍ଥା ଦେଖି ସେ ଟଳି ପଡିଥିଲେ। ଲୋକେ ପୁଅ ରବିର କ'ଣ ହୋଇଗଲା ବୋଲି ଦେଖିବା ବେଳକୁ ରବିର ମଧ୍ୟ ପ୍ରାଣବାୟୁ ସବୁଦିନ ପାଇଁ ଉଡିଯାଇଥିଲା । ସାଙ୍ଗସାଥୀ ଓ ସାହି ବାସିନ୍ଦା ମାନେ ଘଟଣାସ୍ଥଳରେ ପହଁଚି ଗୋଟିଏ ଥରେ ଗୋଟିଏ ଘରୁ ଦୁଇଟି କୋକେଇରେ ମା ଓ ପୁଅର ଶବ ବାହାର କରିଥିଲେ। ଲୋକଙ୍କ ସହଯୋଗ କ୍ରମେ ଦୁହିଁଙ୍କ ଅନ୍ତିମ ସତ୍କାର କରାଯାଇଥିଲା। ଉକ୍ତ ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ। ଝିଅର ମାନସିକ ସ୍ଥିତି ମଧ୍ୟ ଠିକ ନାହିଁ l ପ୍ରଶାସନ ସାହାଯ୍ୟ କରିବାକୁ ସାହି ବାସିନ୍ଦା ଦାବି କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande