ପାଣି ପଞ୍ଚାୟତର ବିଭିନ୍ନ ଯୋଜନାର ସଚେତନତା ପାଇଁ ସଚେତନତା ରଥର ଶୁଭାରମ୍ଭ
ସୁବର୍ଣ୍ଣପୁର, ୬ ଜାନୁଆରୀ (ହି.ସ.)- ଜିଲ୍ଲାରେ ପାଣି ପଞ୍ଚାୟତ ସମ୍ବନ୍ଧୀୟ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ସକାଳ ୯ଟା ସମୟରେ ଉପଖଣ୍ଡ ସ୍ତରୀୟ ପାଣି ପଞ୍ଚାୟତ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଏହି ରଥ ସୁବର୍ଣ୍ଣପୁର ଉପଖଣ୍ଡର ବିଭିନ୍ନ ଗ୍ରାମପଞ୍ଚାୟତ ଓ
ପାଣି ପଞ୍ଚାୟତର ବିଭିନ୍ନ ଯୋଜନାର ସଚେତନତା ପାଇଁ ସୁବର୍ଣ୍ଣପୁରରେ ଏକ ସଚେତନତା ରଥର ଶୁଭାରମ୍ଭ ।


ସୁବର୍ଣ୍ଣପୁର, ୬ ଜାନୁଆରୀ (ହି.ସ.)- ଜିଲ୍ଲାରେ ପାଣି ପଞ୍ଚାୟତ ସମ୍ବନ୍ଧୀୟ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ସକାଳ ୯ଟା ସମୟରେ ଉପଖଣ୍ଡ ସ୍ତରୀୟ ପାଣି ପଞ୍ଚାୟତ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଏହି ରଥ ସୁବର୍ଣ୍ଣପୁର ଉପଖଣ୍ଡର ବିଭିନ୍ନ ଗ୍ରାମପଞ୍ଚାୟତ ଓ ଗ୍ରାମମାନଙ୍କୁ ପରିକ୍ରମା କରି ପାଣି ପଞ୍ଚାୟତର ଉଦ୍ଦେଶ୍ୟ, କାର୍ଯ୍ୟପ୍ରଣାଳୀ ଓ କୃଷକ ହିତରେ ଏହାର ଭୂମିକା ବିଷୟରେ ଲୋକମାନଙ୍କୁ ଅବଗତ କରାଇବ। ଏହି ସଚେତନତା ରଥକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଡ଼. ନୃପରାଜ ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଉଠା ଜଳସେଚନ ନିର୍ବାହି ଯନ୍ତ୍ରୀ ରବୀନ୍ଦ୍ର ମାଝୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ଜେନା, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଚିଦାନନ୍ଦ ପ୍ରଧାନ ଓ କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ପାଣି ପଞ୍ଚାୟତ ଅଧିନିୟମ–୨୦୦୨ ଓ ନିୟମ–୨୦୦୩ ଅନୁସାରେ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଆସୁଛି। ଚଳିତ ବର୍ଷ ୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଉପଖଣ୍ଡ ସ୍ତରୀୟ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଏହି ପକ୍ଷ ପାଳନ ହେଉଛି। ଏହି ସଚେତନତା ରଥ ଆସନ୍ତା ୧୩ ତାରିଖରେ ନୂଆ ଟାଉନ୍‌ ହଲ୍‌ରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ସଭାରେ ପହଞ୍ଚିବ ଓ ୨୦ ତାରିଖରେ ଭୁବନେଶ୍ଵରରେ ରାଜ୍ୟସ୍ତରୀୟ ମହାସମାରୋହରେ ଉତ୍ସବ ସମାପ୍ତ ହେବ। ଜିଲ୍ଲାପାଳ କହିଥିଲେ ଯେ, ପାଣି ପଞ୍ଚାୟତ ମାଧ୍ୟମରେ ଯୋଜନାବଦ୍ଧ ଜଳ ବ୍ୟବସ୍ଥାପନ, ଫସଲ ଯୋଜନା, ଜଳ ବଜେଟ ଓ ସାମାଜିକ ଅଡିଟ୍ କରାଗଲେ କୃଷି ଓ କୃଷକଙ୍କ ଉନ୍ନତି ସମ୍ଭବ ହେବ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande