
ନୂଆପଡ଼ା, ୬ ଜାନୁଆରୀ (ହି.ସ.)- ନୂଆପଡା ଜିଲ୍ଲା ଖଡ଼ିଆଳ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି I ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ଆଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଧାୟକଙ୍କ ପ୍ରତିନିଧି ଅକ୍ଷୟ ନନ୍ଦ, ଗୋଷ୍ଠୀ ସାମ୍ପ୍ରସାରଣ ଅଧିକାରୀ ଦେବୀ ପ୍ରସାଦ ମେହେର, ନୂଆପଡା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଆନ୍ତର୍ଜାମୀ ନାଏକ ପ୍ରମୁଖ ଯୋଗଦେଇ ପାଣି ପଂଚାୟତର ଆବଶ୍ୟକତା ଏବଂ ଉପାଦେୟତା ସମ୍ପର୍କରେ ଆଲୋକପାତ କରିବା ସହିତ ବିଜ୍ଞାନ ସମ୍ମତ କୃଷି ଭିତ୍ତିକ ଜ୍ଞାନ ପ୍ରଦାନ କରିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା,କୁଇଜ୍,ଚିତ୍ରାଙ୍କନ ଏବଂ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I
ଏହି କାର୍ଯ୍ୟକ୍ରମରେ ପାଣି ପଂଚାୟତ ସମିତି ସଦସ୍ୟଙ୍କ ସହ ଚାଷୀ ଓ ଅନ୍ୟ ମାନଙ୍କ ମଧ୍ୟରେ ଖଡ଼ିଆଳ ଯନ୍ତ୍ରୀ ଅଶ୍ୱିନୀ କୁମାର ସେଠି, ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ଯନ୍ତ୍ରୀ ପ୍ରତୀକ ରଞ୍ଜନ ସ୍ୱାଇଁଙ୍କ ସହ ସୋମନାଥ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ହେମନ୍ତ