ରାଇରଙ୍ଗପୁରରେ ବିଭାଜନସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ
ରାଇରଙ୍ଗପୁର, ୬ ଜାନୁଆରୀ (ହି.ସ.)- ପାଣି ପଂଚାୟତ ପକ୍ଷ ଜାନୁୟାରୀ ୬ ତାରିଖ ଠାରୁ ଆସନ୍ତା ୨୦ ତାରିଖ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଫସଲର ବିବିଧକରଣ, ପ୍ରଯୁକ୍ତିବିଦ୍ୟା ଗ୍ରହଣ, ବ୍ୟାପକତା ବୃଦ୍ଧି ଏବଂ ସଂରକ୍ଷଣ କରାଯିବା ଉପରେ ବାର୍ତା ପ୍ରଦାନକରିଛନ୍ତି ଓ ଏହି ଅବସରରେ ମୟୂରଭଞ୍ଜ ଜ
ରାଇରଙ୍ଗପୁରରେ ବିଭାଜନସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ


ରାଇରଙ୍ଗପୁର, ୬ ଜାନୁଆରୀ (ହି.ସ.)- ପାଣି ପଂଚାୟତ ପକ୍ଷ ଜାନୁୟାରୀ ୬ ତାରିଖ ଠାରୁ ଆସନ୍ତା ୨୦ ତାରିଖ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଫସଲର ବିବିଧକରଣ, ପ୍ରଯୁକ୍ତିବିଦ୍ୟା ଗ୍ରହଣ, ବ୍ୟାପକତା ବୃଦ୍ଧି ଏବଂ ସଂରକ୍ଷଣ କରାଯିବା ଉପରେ ବାର୍ତା ପ୍ରଦାନକରିଛନ୍ତି ଓ ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ଜଳସେଚନ କାର୍ଯ୍ୟାଳୟ ନିକଟସ୍ଥ ଡାକବଙ୍ଗଳା ଠାରେ ବିଭାଜନସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ୨୦୨୬ ସଭାପତି ଇଂ. ତପନ କୁମାର ସିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ଓ ଏଥିରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସମ୍ମାନିତ ଅତିଥି ରୂପେ ରାଇରଙ୍ଗପୁର ସହ କୁଷି ଅଧିକାରୀ ଧରିତ୍ରୀ ଟୁଡୁ, ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ସୁଶାନ୍ତ କୁମାର ସିଂହ ଓ ମୟୂରଭଞ୍ଜ ସାଂସଦ ପ୍ରତିନିଧି ମନୋଜ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ ।

ସଭା ପ୍ରାରମ୍ଭରେ ଅତିଥିଗଣଙ୍କୁ ପୁଷ୍ପଗୁଛ ଓ ବ୍ୟାଚ୍ ପ୍ରଦାନ କରାଯିବା ପରେ ଅତିଥିଗଣ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଓ ଏହାପରେ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥିଗଣ ମାଣ୍ଡିଆ ଖାଦ୍ୟ ମେଳାକୁ ଯାଇ ନାରିକେଳ ଫଟାଇ ଓ ଫିତାକାଟି ଶୁଭ ଉଦଘାଟନ କରିଥିଲେ । ଏହାପରେ ଅତିଥିଗଣ ଓ ସମସ୍ତେ ପଣିପଂଚାୟତ ପକ୍ଷ ପାଳନର ଶପଥପାଠ କରିଥିଲେ ଓ ସଭାପତି ଇଂ. ତପନ କୁମାର ସି ସଭାପତିତ୍ୱରେ ବକ୍ତବ୍ୟରେ ବାମନଘାଟୀ ଉପଖଣ୍ଡର ୩ଟି ଡ୍ୟାମ୍ ସୁଲେଇପାଟ, ବାଙ୍କବଳ ଓ ନେସା ସମ୍ପର୍କରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲା ବେଳେ ମୁଖ୍ୟଅତିଥି ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ବାମନଘାଟୀ ଉପଖଣ୍ଡର ସର୍ବାଙ୍ଗୀନ ଉନ୍ନତି କରିବେ ବୋଲି ମତପ୍ରକାଶ କରିଥିଲେ ଓ ଏହାପରେ ପାଣିପଂଚାୟତ ଉପରେ ଉପଖଣ୍ଡସ୍ତରୀୟ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୁତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ ଶୁଭେଚ୍ଛା ରାଶି ଦେଇ ପୁରସ୍କୃତ କରିଥିଲେ ଓ ଏହି ଭବ୍ୟ ସଭାରେ ଶିକ୍ଷକ ରଂଜନ କୁମାର ନନ୍ଦ ସଭା ପରିଚାଳନା କରିଥିଲା ବେଳେ ସଭାପତି ଇଂ. ତପନ କୁମାର ସି ଧନ୍ୟବାଦ ଅର୍ପଣ କରିଥିଲେ ଓ ଏଥିରେ ମଧ୍ୟ ପ୍ରାଣୀସମ୍ପଦ ଓ କୁଷି ଯୋଜନା ସମ୍ପର୍କରେ ମେଳା ଓ ଦାସକାଠିଆ ହୋଇଥିଲା ଓ ଏଥିରେ ଇଂ. ପର୍ଶୁରାମ ମାଝୀ, ଡିଲେଶ୍ୱର କିଶାନ, ଭାଗବତ ପ୍ରଧାନ,ପୁଷ୍ପଲତା ମିଶ୍ର, ଅଗୁନ କେରକେଟା, ଲକ୍ଷ୍ମୀକାନ୍ତ ସି, ଅମିତ କୁଜୁର ଓ ନିରାକାର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ପାଣି ପଂଚାୟତର ସଦସ୍ୟ ସଦସ୍ୟା ଓ କୃଷକ ଭାଇଭଉଣୀଗଣ ବହୁ ସଂଖ୍ୟାରେ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande