
ଗଂଜାମ, 06 ଜାନୁଆରି (ହି.ସ.) ବ୍ରହ୍ମପୁରର ଅନ୍ୟତମ ପୁରାତନ ଉଚ୍ଚ ବିଦ୍ୟାଳୟ ପୁରୁଣା ବ୍ରହ୍ମପୁର ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମିଳା କୁମାରୀ ପଟ୍ଟନାୟକଙ୍କ ସହ ବିଦ୍ୟାଳୟ ର ୧୯୭୪ ମସିହା ମାଟ୍ରିକ୍ ଛାତ୍ର ସଂସଦର ପ୍ରତିନିଧି ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ କୋଠା ଉପର ମହଲା ଛାତର ତଳ ପଲସ୍ତରା ଝଡି ପଡ଼ୁଥିବାରୁ ଏହାର ମରାମତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଏହାର ମରାମତି ସମ୍ପର୍କରେ ସୂଚନା ପ୍ରଦାନ କରି କହିଥିଲେ ଯେ ଗତ ନଭେମ୍ବର ମାସରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ବିଧାୟକ କେ. ଅନିଲ କୁମାର ବିଦ୍ୟାଳୟ ପରିଦର୍ଶନରେ ଆସି ଏହାର ଦୁରାବସ୍ଥା ଦେଖି ଯଥାଶୀଘ୍ର ଏହାର ମରାମତି ସହ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ଉପରେ ଆଲୋଚନା କରିଥିଲେ। ଏଥି ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଗତ ତା ୨୪/୧୧/୨୦୨୫ ରେ ସାଂସଦ ଓ ବିଧାୟକଙ୍କୁ ପତ୍ର ପ୍ରଦାନ କରିଥିବା ବିଷୟ କହିଥିଲେ ଏବଂ ଜଣେ ଆଡହକ ଶିକ୍ଷକ ଏବଂ ସ୍ଥାୟୀ ବିଜ୍ଞାନ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଥିବାରୁ ଶିକ୍ଷାଦାନ ସମସ୍ୟା ସାମାନ୍ୟ ଦୂର ହୋଇଛି ବୋଲି କହିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ