
ଜୟପୁର, ୦୬ ଜାନୁଆରି (ହି.ସ.) - ଶୀତୁଆ ରାତିରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସର୍ମିଷ୍ଠା ସରକାରଙ୍କ ଏକଡା ଏକଡା ରା ଓ ସାଙ୍ଗାମାପା ଭଳି ଗୀତର ତାଳେତାଳେ ଝୁମିଲେ ଦର୍ଶକ। ଶୀତକୁ ଖାତିର ନକରି ଭରପୁର ମଜା ଉଠାଇଲେ ଦର୍ଶକ। କୋରାପୁଟ କଳା ଓ କଳାକାର ମଂଚ ପକ୍ଷରୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ଚାଲିଥିବା ପୁଷପୁନି ମହୋତ୍ସବର ପଂଚମ ଦିନରେ ଲୋକଙ୍କ ଆଗ୍ରହ ଆହୁରି ଅଧିକ ଦେଖିବାକୁ ମିଳିଥିଲା। ବିଭିନ୍ନ ଆଦିବାସୀ ଦଳଙ୍କ ଦ୍ୱାରା ନୃତ୍ୟ ଏବପ୍ସ ଗୀତ, ସହ ସମ୍ବାଦ ସାହିତ୍ୟ ଘର ପକ୍ଷରୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଆଜି ସନ୍ଧ୍ୟାର ମୁଖ୍ୟ ଅତିଥି ଭାବେ ବିଡିଓ ଶକ୍ତି ମହାପାତ୍ର, ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ, ସାପ୍ସସଦ ମୁନ୍ନା ଖାନ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ପାଣିଗ୍ରାହୀ ମଂଚ ପରିଚାଳନା କରିଥିବା ବେଳେ କଳା ଓ କଳାକାର ଗୃପର ସଭାପତି ମନୋଜ ପାତ୍ର ଓ ସପ୍ସପାଦକ ଧିରେନ ମୋହନ ପଟ୍ଟନାୟକ ଓ ସମସ୍ତ କର୍ମକର୍ତା ସହରବାସୀଙ୍କ ଧନ୍ୟବାଦ ଜଣାଇଛନ୍ତି। ସ୍ଥାନୀୟ ଲୋକେ ପଡିଆରେ ଲାଗିଥିବା ମୀନାବଜାର ଓ ଖାଦ୍ୟ ମେଳାର ଭରପୁର ମଜା ନେବା ସହ ନାଚଗୀତର ମଧ୍ୟ ମଜା ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି