
ଜୟପୁର, ୬ ଜାନୁଆରୀ (ହି.ସ.)- ଜୟପୁର ସହରରେ ବେଆଇନ ପଲିଥିନ କାରବାରକୁ ରୋକ ଲଗାଇବା ପାଇଁ ଆଜି ପୌର ପରିଷଦ ତରଫରୁ ଚଢଉ କରାଯାଇଛି । ଜୟପୁର ଦୈନିକ ବଜାରରେ ୨ଟି ଦୋକାନ ଉପରେ ଚଢଉ କରି ୧୫ କେଜି ପଲିଥିନ ଜବତ କରିବା ସହ ୧୫ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି ଏମ.ଜି. ରୋଡର ଡିଆଇଇଟି ଅନୁଷ୍ଠାନ ସମ୍ମୁଖରେ ଥିବା ପଲିଥିନ ହୋଲସେଲ ଜ୍ୟୋତି ଟ୍ରେଡସ ଉପରେ ଚଢଉ କରିବା ସମୟରେ ସୂଚନା ପାଇ ଦୋକାନ ମାଲିକ ଦୋକାନ ବନ୍ଦ କରି ଚମ୍ପଟ ମାରିଥିଲେ । ପୌରପାଳିକା ତରଫରୁ ବାରମ୍ବାର ଡାକିବା ପରେ ମଧ୍ୟ ସେ ଆସି ନଥିବାରୁ ଦୋକାନକୁ ସିଲ କରାଯାଇଛି ।
ଏହି ଚଢଉରେ ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୁଜା ରାଉତ, ପରିମଳ ନିରିକ୍ଷକ ସତ୍ୟ ନାରାୟଣ ପାତ୍ର, ଭୁବୁନି ହାଲବା, କିରଣ ମଲ୍ଲିକଙ୍କ ସହ ଟାଉନ ପୋଲିସ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି