ଓଡ଼ିଆ ପ୍ରାଧ୍ୟାପକ ଡଃ ଶରତ ଚନ୍ଦ୍ର ଚଲାନଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ
ନୂଆପଡ଼ା,୬ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମ ସ୍ଥିତ ଉପେନ୍ଦ୍ର ପ୍ରଭାକର ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପକ ଡଃ ଶରତ ଚନ୍ଦ୍ର ଚଲାନଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଆଜି ପ୍ରଦାନ କରାଯାଇଛି। ଆଜି ଏନେଇ ଅଧ୍ୟକ୍ଷ ବିଘ୍ନରାଜ ଦାଶଙ୍କ ଅଧ୍ୟକ୍ଷତାରେ
Retirement


ନୂଆପଡ଼ା,୬ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମ ସ୍ଥିତ ଉପେନ୍ଦ୍ର ପ୍ରଭାକର ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପକ ଡଃ ଶରତ ଚନ୍ଦ୍ର ଚଲାନଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଆଜି ପ୍ରଦାନ କରାଯାଇଛି। ଆଜି ଏନେଇ ଅଧ୍ୟକ୍ଷ ବିଘ୍ନରାଜ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା , ସହକର୍ମୀ ଓ ଛାତ୍ର ଛାତ୍ରୀ ଶ୍ରୀଚଲାନଙ୍କ ସ୍ମୃତି ଚାରଣ କରିଥିଲେ। ସେ ଜନେ ଛାତ୍ର ବତ୍ସଳ ଓ ସ୍ନେହୀ ଅଧ୍ୟାପକ ଥିଲେ, ତାଙ୍କର କର୍ତବ୍ୟ ନିଷ୍ଠତା ପାଇଁ ଏହି ବିଦ୍ୟାଳୟ ଜିଲ୍ଲାର ଏକ ପ୍ରମୁଖ ଶିକ୍ଷା ଅନୁଷ୍ଠାନର ମାନ୍ୟତା ପାଇଥିଲା ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ। ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ସମସ୍ତେ ଶୁଭ କାମନା ଜଣାଇଥିଲେ। ଏହି ମାଧ୍ୟମିକ ବିଦ୍ୟାଳୟ ୧୯୯୦ ରେ ବେସରକାରୀ ଭାବରେ ଖୋଲିଥିବା ବେଳେ ପରବର୍ତୀ କାଳରେ ସରକାରୀ ଅନୁଦାନ ପାଇଥିଲା। ଡଃ ଚଲାନ ଆରମ୍ଭ ସମୟରୁ ଦୀର୍ଘ ୩୫ ବର୍ଷ କାଳ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ଶିକ୍ଷା ଦାନ କରି ଆସୁଥିଲେ। ଅଧ୍ୟାପକ ମଣ୍ଡଳୀ, ସହକର୍ମୀ ଓ ଛାତ୍ରଛାତ୍ରୀ ମାନଙ୍କ ଭଲ ପାଇବା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରାଧ୍ୟାପକ ଜୟ ପ୍ରକାଶ ଅଗ୍ରୱାଲ, ଅଧ୍ୟାପକ ରଶ୍ମି ରଞ୍ଜନ ସାହୁ, ଅଧ୍ୟାପିକା ଅନିତା ପ୍ରଧାନୀ ସମେତ କାଦମ୍ବିନୀ ସାମନ୍ତ, ସୁରେଶ କୁମାର ମେହେର, ହୃଦାନନ୍ଦ ବାଗ, ସାଇ ଶଙ୍କର ଦୂବେ, ମିଥେଇ ଲାଲ ଦାଶ, ଆତ୍ମାରାମ ମେହେର ପ୍ରମୁଖ ଉପସ୍ଥିତ ଥିଲେ ଶ୍ରୀ ଚଲାନଙ୍କ ସ୍ମୁତି ଚାରଣ କରିଥିଲେ। କାର?୍ୟ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande