
ଘଟଗାଁ. ୬ ଜାନୁଆରୀ( ହି ସ ) - ଘଟଗାଁ ରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ବ୍ଲକ ପରିସରେ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ଚାରୁଲତା ସିଂଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଉପାଧକ୍ଷ୍ୟ ଯଦୁମଣି ନାଏକ,ବିଡ଼ିଓ ଖଗେଶ୍ୱର ବରାଳ,ଘଟଗାଁ ରେଞ୍ଜ ଅଫିସର ସରୋଜ କୁମାର ମିଶ୍ର,ଏବିଡ଼ିଓ ଚିତରଞ୍ଜନ ନାୟକଙ୍କ ସମେତ ଅବସ୍ଥାପିତ ବିଭିନ୍ନ ବିଭାଗର ଅଧିକାରୀ ବରିଷ୍ଟ ନାଗରିକ, ବୁଦ୍ଧିଜୀବୀ,ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ଶିକ୍ଷାନୁଷ୍ଟାନର କର୍ମକର୍ତା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ସାଧାରଣତନ୍ତ୍ର ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ମତାମତ ଦେଇଥିଲେ। ବୈଠକ ନିଷ୍ପତି ଅନୁଯାୟୀ ଉକ୍ତ ଦିବସର ପ୍ରତୁଷରେ ରାମଧୁନ ପରିବେଷଣ, ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ ,ସମ୍ମିଳିତ ପ୍ୟାରେଡ଼ରେ ଅଭି୍ୱାଦନ ଗ୍ରହଣ, ଦେଶାତ୍ମ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରତିଯୋଗୀତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ, ମିଷ୍ଟାନ୍ନ ବଂଟନ, ବୃକ୍ଷରୋପଣ, ରୋଗୀ ମାନଙ୍କୁ ଫଳ ବଂଟନ କରାଯିବ। ବୈଠକ ଶେଷରେ ଶିକ୍ଷକ ରୋହିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ