
Bhubaneswar, 06 ଜାନୁଆରି (ହି.ସ.)
ଜୟପୁର
ଜୟପୁର ସଦରଥାନା ଅନ୍ତର୍ଗତ ଅନ୍ତା ଗ୍ରାମର ଏକ ମୋଟର ସାଇକଲ ଚୋରିକରି ପୋଡିଦେଇଥିବା ନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଅନ୍ତାଗ୍ରାମର ଭକ୍ତରାମ ହରିଜନଙ୍କ ଏକ ହିରୋ ଡିଲକ୍ସ ଗାଡି(ଓଡି୧୦ଏଲ୩୬୫୦)ଗତ ୪ ତାରିଖରେ ଚୋରି ହୋଇଯାଇଥିଲା। ସେ ଓ ତାଙ୍କ ବନ୍ଧୁବର୍ଗ ଖୋଜାଖୋଜି କରିବା ପରେ ଗତକାଲି ସକାଳ ୮ଟା ସମୟରେ ଦିଶରିକୋଣ୍ତେଇ ଠାରେ ପୋଡି ହୋଇ ପଡିଥିବା ଦେଖିବାକୁ ପାଇଲେ। ଏନେଇ ଚୋରିକରି ପୋଡିଦେଇଥିବା ଆସାମିକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି