



ବଲାଙ୍ଗିର, ୬ ଜାନୁଆରୀ (ହି.ସ.)- ଆଜି ବଲାଙ୍ଗୀରସ୍ଥ କଦମପଡାର ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ଡ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ କବିତା ଆଲୋଚନାଚକ୍ର, କବିତା ପାଠୋତ୍ସବ ଓ ପୁସ୍ତକ ଉନ୍ମୋଚନ କରାଯାଇଛି । ମୁଖ୍ୟ ଅତିଥି ରୂପେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କୃତ ଶିଶୁ ସାହିତ୍ୟ ଲେଖକ ଡ.ରମେଶ ପତ୍ରୀ, ସମ୍ମାନୀତ ଅତିଥି ଭାବେ ବଲାଙ୍ଗୀର ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଅଜିତ କୁମାର ପଣ୍ଡା ଯୋଗ ଦେଇଥିଲେ । ମଞ୍ଚାସୀନ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳିଷ୍ଠ ପ୍ରଧାନ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଙ୍ଗିରା ସାହୁ,ଅବସର ପ୍ରାପ୍ତ ସୈନିକ ଦିଲୀପ କୁମାର ପୁରୋହିତ, ପୂର୍ବତନ ଅର୍ଥନୀତି ଶିକ୍ଷୟତ୍ରୀ ସରସ୍ବତୀ ମିଶ୍ର, ଆଚାର୍ଯ୍ୟା କୁମଦିନୀ ପୃଷ୍ଟି ଓ ଋତୁପର୍ଣ୍ଣା ଦାଶ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ କରିଥିବା ବେଳେ ଉଦ୍ଦେଶ୍ୟ ଜ୍ଞାପନ ଓ ସଂଯୋଜନା ନାଟ୍ୟକାର ବିଜୟ ତ୍ରିପାଠୀ ଓ ଗୁରୁମା ନିରୁପମା ପାଣିଗ୍ରାହୀ କରିଥିଲେ ।
ଏହି ଅବସରରେ ଲେଖକ ସ୍ବର୍ଗତ ପ୍ରଦୀପ୍ତ ଦାଶଙ୍କ ରଚିତ ତଥା ଡ.ଭବାନୀ ଶଙ୍କର ପଟେଲଙ୍କ ଦ୍ବାରା ଅନୁବାଦିତ ପୁସ୍ତକ “ବ୍ରଜବିହାରୀ ସାହିତ୍ୟ ଏକ ଅଧ୍ୟୟନ” ଉନ୍ମୋଚନ ମୁଖ୍ୟ ଅତିଥିଙ୍କ ଦ୍ବାରା ହୋଇଥିଲା । ମୁଖ୍ୟ ଅତିଥି ବ୍ରଜବିହାରୀଙ୍କ ସାହିତ୍ୟର ଆଲୋଚନା କରିଥିଲେ । ଅଧ୍ୟାପକ ଅଜିତ୍ ପଣ୍ଡା ଆଜିର ବିଷୟ “ଶୀତ ଋତୁ” ଉପରେ ପୈ।ରାଣିକ ଦୃଷ୍ଟିଭଙ୍ଗି ଆଲୋଚନା କରିଥିଲେ । ଏହାପରେ ୪୨ଜଣ ଛାତ୍ରୀ ଓ ୩୨ଜଣ ଛାତ୍ର ନିଜ ନିଜର ସ୍ବରଚିତ କବିତା ପଠନ କରିଥିଲେ । ପରେ ଗୁରୁମା ମୀନା ଦାଶ, ବନ୍ଦନା ପତି, ବିଦ୍ୟୁତ ଲତା କର, ମମତା ଭୋଇ, ସୀମା ଶର୍ମିଷ୍ଠା ମିଶ୍ର ଓ ନିରୁପମା ପାଣିଗ୍ରାହୀ, ଗୁରୁଜୀ ମନୋଜ ପଟେଲ ଏବଂ ଶେଷରେ ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ନିଜ ନିଜ କବିତା ଆବୃତ୍ତି କରିଥିଲେ । ଅତିଥିଙ୍କ ମଧ୍ୟରେ ବଳିଷ୍ଠ ପ୍ରଧାନ, ସରସ୍ବତୀ ମିଶ୍ର, ରାମକୁମାର ଶତପଥି ଓ ସଭାପତି ମହୋଦୟ କବିତା ଉପସ୍ଥାପନ କରିଥିଲେ । ଶେଷରେ ସମସ୍ତଙ୍କୁ ମାନପତ୍ର ପ୍ରଦାନ କରା ଯାଇଥିଲା ତଥା ନାଟ୍ୟକାର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ସମ୍ମାନୀତ କରାଯାଇଥିଲା ।ଏହିପରି ଭାବରେ ପ୍ରଧାନାଚାର୍ଯ୍ୟଙ୍କ ଧନ୍ୟବାଦ ଅର୍ପଣ ସହ ସଂଚାଳନ ତଥା ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କବିତା ଆସର କାର୍ଯ୍ୟକ୍ରମଟି ସଫଳତାର ସହ ସଂପୂର୍ଣ୍ଣ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ