ଜିଲାପାଳଙ୍କ ନିର୍ଦ୍ଦେଶ ମାନିଲେନି ତହସିଲଦାର, ଭିଜିଲାନ୍ସର ଦ୍ଵାରସ୍ଥ ହେଲେ ଗ୍ରାମବାସୀ
ଜୟପୁର, ୬ ଜାନୁଆରୀ (ହି.ସ.)- କୋରାପୁଟ ଜିଲା କୋଟପାଡ ଥାନା ଅନ୍ତର୍ଗତ ବାମୁଣିଆଗୁଡା ଗ୍ରାମର ଗ୍ରାମବାସୀ ଆଜି ଜୟପୁର ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବୋରିଗୁମ୍ମା ତହସିଲ ଅନ୍ତର୍ଗତ ବୋଇରାଗିପଦର ମୌଜାରେ ଥିବା ପ୍ରାୟ ୪୦ ଏକ
ଜିଲାପାଳଙ୍କ ନିଦ୍ଦେଷଙ୍କୁ ମାନିଲେ ନାହିଁ ତହସିଲଦାର, ଭିଜିଲାନ୍ସର ଦ୍ୱାରସ୍ଥ ହେଲେ ଗ୍ରାମ ବାସୀ


ଜୟପୁର, ୬ ଜାନୁଆରୀ (ହି.ସ.)- କୋରାପୁଟ ଜିଲା କୋଟପାଡ ଥାନା ଅନ୍ତର୍ଗତ ବାମୁଣିଆଗୁଡା ଗ୍ରାମର ଗ୍ରାମବାସୀ ଆଜି ଜୟପୁର ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବୋରିଗୁମ୍ମା ତହସିଲ ଅନ୍ତର୍ଗତ ବୋଇରାଗିପଦର ମୌଜାରେ ଥିବା ପ୍ରାୟ ୪୦ ଏକର ସରକାରୀ ଗୋଚର ଜମି ଓ ଜଙ୍ଗଲ ଜମିକୁ କିଛି ବ୍ୟକ୍ତି ବେଆଇନ ଭାବରେ ଦଖଲ କରି ମକା ଚାଷ କରିଥିଲେ । ଏନେଇ ପ୍ରଶାସନକୁ ଆଗରୁ ଦୃଷ୍ଟି ଆକର୍ଷଣ ରପାଯାଇଛି । କୋରାପୁଟ ଜିଲାପାଳ ଉକ୍ତ ବେଆଇନ ମକା ଚାଷକୁ ଜବତ କରିବା ପାଇଁ ବୋରିଗୁମ୍ମା ତହସିଲଦାରଙ୍କୁ ଆଦେଶ ପ୍ରଦାନ କରିଥିଲେ । କିନ୍ତୁ, ବୋରିଗୁ୍‌ମ୍ମା ତହସିଲଦାର ଉକ୍ତ ଆଦେଶକୁ ଅବହେଳା କରି ଜବତ କରିବା ପରିବର୍ତେ ବେଆଇନ ଦଖଲକାରିଙ୍କ ସହ ଆଲୋଚନା କରି ସରକାରୀ ଗୋଚର ଓ ଜଙ୍ଗର ଜମିରେ ହୋଇଥିବା ମକା ଚାଷକୁ ଗୁପ୍ତ ଭାବରେ ଉଠାଇ ନେବାରେ ସହଯୋଗ କରିଥିବା ଗୁରୁତର ଅଭିଯୋଗ ହୋଇଛି । ଏହି କାର୍ଯ୍ୟ ମାଧ୍ୟମରେ ତହସିଲଦାରଙ୍କ ଦ୍ଵାରା ଉଚ୍ଚ ଅଧିକାରିଙ୍କ ଆଦେଶରେ ସ୍ପଷ୍ଟ ଉଲଂଘନ, ସରକାରୀ ଜମି ସୁରକ୍ଷାରେ ଗୁରୁତର ବିଫଳତା କର୍ତବ୍ୟରେ ଗମ୍ଭୀର ଅବହେଳା ଏବଂ ଅନୁଚିତ ଲାଭ ଗ୍ରହଣ ସହିତ ଦୁର୍ନୀତିର ଶକ୍ତ ସନ୍ଦେହ ପ୍ରକାଶ ପାଉଛି । ଏନେଇ ଆଜି ସମାଜସେବି ବି. ହରିରାଓଙ୍କ ନେତୃତ୍ଵରେ ମନହର ସାନ୍ତ୍ରାଙ୍କ ସହ ଗ୍ରାମବାସୀମାନେ ଜୟପୁର ଭିଜିଲାନ୍ସଙ୍କ ଦ୍ଵାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande