ଏଆଇ ଭଏସ୍ କ୍ଲୋନିଂ ଠକେଇର ଶିକାର ହେଲେ ଜଳ ସମ୍ପଦ କାର୍ଯ୍ୟାଳୟ କର୍ମଚାରୀ
ମାଲକାନଗିରି, ୬ ଜାନୁଆରୀ (ହି.ସ.)- ସାଇବର ଅପରାଧୀମାନଙ୍କ ନୂତନ ରଣନୀତି ଏବେ ସାଧାରଣ ଲୋକଙ୍କ ପାଇଁ ଗଭୀର ଆଶଙ୍କାର କାରଣ ହୋଇଉଠିଛି। ଏମଭି–୭୯ ଅଞ୍ଚଳରେ ଥିବା ଜଳ ସମ୍ପଦ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀକାନ୍ତ ବେହେରା ଏ.ଆଇ. ଭିତ୍ତିକ ଭଏସ୍ କ୍ଲୋନିଂ ସାଇବର ଠକେଇର ଶିକାର ହୋଇଛନ୍ତି। ଶୁକ୍ରବାର ସନ୍
ଏ ଆଈ ଭଏସ୍ କ୍ଲୋନିଂ ଠକେଇର ଶିକାର ହେଲେ ଜଳ ସମ୍ପଦ


ମାଲକାନଗିରି, ୬ ଜାନୁଆରୀ (ହି.ସ.)- ସାଇବର ଅପରାଧୀମାନଙ୍କ ନୂତନ ରଣନୀତି ଏବେ ସାଧାରଣ ଲୋକଙ୍କ ପାଇଁ ଗଭୀର ଆଶଙ୍କାର କାରଣ ହୋଇଉଠିଛି। ଏମଭି–୭୯ ଅଞ୍ଚଳରେ ଥିବା ଜଳ ସମ୍ପଦ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀକାନ୍ତ ବେହେରା ଏ.ଆଇ. ଭିତ୍ତିକ ଭଏସ୍ କ୍ଲୋନିଂ ସାଇବର ଠକେଇର ଶିକାର ହୋଇଛନ୍ତି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଶ୍ରୀ ବେହେରାଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା। ଫୋନ କରୁଥିବା ବ୍ୟକ୍ତି ନିଜକୁ ତାଙ୍କ କାର୍ଯ୍ୟାଳୟର ହିସାବରକ୍ଷକ ବୋଲି ପରିଚୟ ଦେଇ, ‘ହ୍ୟାପି ନ୍ୟୁ ଇଅର’ ଶୁଭେଚ୍ଛା ସହ କଥା ଆରମ୍ଭ କରିଥିଲେ। ଫୋନରେ ଶୁଣାଯାଉଥିବା ଭଏସ୍ ଏତେ ସ୍ପଷ୍ଟ ଓ ପରିଚିତ ଲାଗୁଥିଲା ଯେ କୌଣସି ସନ୍ଦେହ ହୋଇନଥିଲା। ଠକ ଚିକିତ୍ସା ଜରୁରୀ ପରିସ୍ଥିତି ଦେଖାଇ ୯୫ ହଜାର ଟଙ୍କା ଦରକାର ବୋଲି କହିଥିଲେ ଏବଂ ସମ୍ପର୍କୀୟ ଟଙ୍କା ପଠାଇଥିଲେ ମଧ୍ୟ ୟୁପିଆଇରେ ଆସୁନଥିବା ଦାବି କରିଥିଲେ। ତାଙ୍କ ଉପରେ ଭରଷା କରି ଶ୍ରୀ ବେହେରା ୫୦ ହଜାର ଟଙ୍କା ପଠାଇ ଦେଇଥିଲେ। ପରେ ଆଉ ୪୫ ହଜାର ଟଙ୍କା ମାଗିବା ସମୟରେ ୟୁପିଆଇ ସୀମା ଶେଷ ହୋଇଯିବାରୁ ଘଟଣାର ସତ୍ୟତା ଯାଞ୍ଚ କରାଯାଇଥିଲା। ତଦନ୍ତ କରିବାରେ ପ୍ରମାଣିତ ହୋଇଥିଲା ଯେ ହ୍ଵାଟ୍ସଆପରେ ପଠାଯାଇଥିବା ସ୍କ୍ରିନସଟ୍ ନକଲି ଥିଲା ଏବଂ ଫୋନଟି ଏ.ଆଇ. ଭଏସ୍ କ୍ଲୋନିଂ ମାଧ୍ୟମରେ କରାଯାଇଥିଲା। ଘଟଣା ପରେ ଠକ ଫୋନ ଉଠାଇବା ବନ୍ଦ କରିଦେଇଥିଲେ। ଏହି ଘଟଣା ପରେ ଶ୍ରୀ ବେହେରା ସାଧାରଣ ଲୋକଙ୍କୁ ସତର୍କ କରି କହିଛନ୍ତି ଯେ, କେବଳ ଫୋନ କିମ୍ବା ଭଏସ୍ ଉପରେ ଭରସା କରି କେହି ଟଙ୍କା ପଠାନ୍ତୁ ନାହିଁ। ଆପତ୍କାଳୀନ ପରିସ୍ଥିତିରେ ମଧ୍ୟ ସଂରକ୍ଷିତ ନମ୍ବରରେ ସିଧାସଳଖ ଫୋନ କରି ଯାଞ୍ଚ କରିବା, ହ୍ଵାଟ୍ସଆପ ସ୍କ୍ରିନସଟ୍ ଉପରେ ଭରସା ନ କରିବା ଏବଂ ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ବିବରଣୀ ଯାଞ୍ଚ କରିବାକୁ ସେ ଅନୁରୋଧ କରିଛନ୍ତି।

ସେ ସମସ୍ତଙ୍କୁ ଏପରି ଠକେଇ ଫୋନରୁ ସଚେତନ ଓ ଦୂରେଇ ରହିବାକୁ ଅନୁରୋଧ କରିଥିବା ବେଳେ, ବିଶେଷକରି ବୃଦ୍ଧମାନଙ୍କୁ ଏପରି ଠକେଇ ସମ୍ପର୍କରେ ସଚେତନ କରିବାକୁ ଆହ୍ଵାନ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande