
କେନ୍ଦ୍ରାପଡ଼ା, ୦୬ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର କର୍ମକର୍ତା ନିର୍ବାଚନ ଓ କାର୍ଯ୍ୟକାରୀ ବୈଠକ ଜିଲ୍ଲା ସଭାପତି ପ୍ରଭାକର ପଲାଇଙ୍କ ସଭାପତିତ୍ୱରେ ଶ୍ରୀ ଶ୍ରୀ ହର ପାର୍ବତୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ନୂତନ ବର୍ଷ ଉପଲକ୍ଷେ ସଭାପତ ଶ୍ରୀ ପଲାଇଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍. ଆୟାର, ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲିକ, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡ଼ା ବିଡିଓ ଅଭିଷେକ ସ୍ୱାଇଁ, ତହସିଲଦାର କୁଇନ ଜେନାଙ୍କ ସହ ବରିଷ୍ଠ ଅଧିକାରୀମାନଙ୍କୁ ନୂତନ ବର୍ଷରେ ପୁଷ୍ପଗୁଚ୍ଛ ଉତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ପଟ୍ଟାମୁଣ୍ଡାଇ ପୈାରପାଳିକାର ଯାଦବ ସଭାପତି ଉମେଶ କୁମାର ପରିଡ଼ାଙ୍କ ଇସ୍ତଫା ପରେ ସେଠାରେ ନୂତନ ସଭାପତି ଭାବେ ତପନ କୁମାର ବେହେରାଙ୍କୁ ମନୋନିତ କରାଯାଇଥିବାବେଳେ କାର୍ଯ୍ୟକାରୀ ସଭାପତି ଭାବେ ପାର୍ଥସାରଥୀ ମହାକୁଳ, ଯୁଗ୍ମ ସଂପାଦକ ଭାବେ ନିରକାର ପରିଡ଼ା, ଅମୂଲ୍ୟ କୁମାର ଦାସଙ୍କୁ ଉକ୍ତ ବୈଠକରେ ନିର୍ବାଚନ ପର୍ଯ୍ୟନ୍ତ ମନୋନିତ କରାଯାଇଛି। ଏହି ବୈଠକରେ ଜିଲ୍ଲା ସମ୍ପାଦିକା ରୀନାରାଣୀ ଦାସ, ଯୁବ ସମ୍ପାଦକ ଲୋକନାଥ ଦାସ, ଯାଦନ ନେତା ଜଗନ୍ନାଥ ଦାସଙ୍କ ସହ ପଟ୍ଟାମୁଣ୍ଡାଇର ସମସ୍ତ ଯାଦବ ମହାସଂଘର କର୍ମକର୍ତା ଉପସ୍ଥିତ ଥିବାବେଳେ ସମ୍ପାଦକ ଶ୍ରୀ କହ୍ନେ୍ଲଇ ଚରଣ ପରିଡ଼ା ସଭା ପରିଚଳନା କରିଥିବାବେଳେ ସଭାପତିି ସର୍ବେଶ୍ୱର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି