ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକାଙ୍କ ବିୟୋଗରେ ଶୋକ ଜଣାଇଲା : ରାଜ୍ୟ ଯୁବ କଂଗ୍ରେସ
ଭୁବନେଶ୍ୱର, 06 ଜାନୁଆରୀ (ହି.ସ.): ସାମ୍ବାଦିକା ସୀଲା ପଟ୍ଟନାୟକଙ୍କ ସଡକ ଦୁର୍ଘଟଣାରେ ଅକାଳ ବିୟୋଗରେ ଖବର ପାଇ ରାଜ୍ୟ ଯୁବ କଂଗ୍ରେସ ତରଫରୁ ଗଭୀର ଶୋକ ପ୍ରକାଶ କରି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଯାଇଅଛି । ଜଣେ ସାମ୍ବାଦିକା ହିସାବରେ ସେ ମେଳାପି ଓ କର୍ମଠ ସହ ଏକ ସମାଜସେବୀ ମଧ୍ୟ ଥିଲେ । ସ
ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକାଙ୍କ ବିୟୋଗରେ ଶୋକ ଜଣାଇଲା : ରାଜ୍ୟ ଯୁବ କଂଗ୍ରେସ


ଭୁବନେଶ୍ୱର, 06 ଜାନୁଆରୀ (ହି.ସ.): ସାମ୍ବାଦିକା ସୀଲା ପଟ୍ଟନାୟକଙ୍କ ସଡକ ଦୁର୍ଘଟଣାରେ ଅକାଳ ବିୟୋଗରେ ଖବର ପାଇ ରାଜ୍ୟ ଯୁବ କଂଗ୍ରେସ ତରଫରୁ ଗଭୀର ଶୋକ ପ୍ରକାଶ କରି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଯାଇଅଛି । ଜଣେ ସାମ୍ବାଦିକା ହିସାବରେ ସେ ମେଳାପି ଓ କର୍ମଠ ସହ ଏକ ସମାଜସେବୀ ମଧ୍ୟ ଥିଲେ । ସାମ୍ବାଦିକା ଏବଂ ସମାଜସେବୀ ହିସାବରେ ତାଙ୍କର ପରିଚୟ ଅନନ୍ୟ ଥିଲା । ସେ ଜଣେ ମିଷ୍ଠଭାସୀ, ବନ୍ଧୁବତ୍ସଳୀ ଓ ସ୍ନେହୀ ମଧ୍ୟ ଥିଲେ । ତାଙ୍କର ମୃତ୍ୟୁ ସାମ୍ବାଦିକତା ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ଏହି ଅକାଳ ବିୟୋଗରେ ତାଙ୍କ ପରିବାରଙ୍କୁ ସାନ୍ତ୍ୱନା ଦେବା ସହିତ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଭାପତି ଶ୍ରୀଯୁକ୍ତ ରଞ୍ଜିତ କୁମାର, ସାଧାରଣ ସମ୍ପାଦକ ସୁଦୀପ ସାମଲ, ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମ୍‌, ଲକ୍ଷ୍ମୀପ୍ରିୟା ନାୟକ, ଲିପିକା ପାତ୍ର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande