ଚୋରା ମଦ ଜବତ ୬ କୋର୍ଟ ଚାଲଣ
କେନ୍ଦ୍ରାପଡ଼ା, ୦୬ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ରାଜନଗର, ନିକିରେଇ ଓ କୁଦାନଗରୀ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ତାନର ଗ୍ରାମର କେଶୀ ପାତ୍ର(ବୟସ -୪୫)ଙ୍କ ଠାରୁ ୪୩ ଲିଟର ବିଦେଶୀ ମଦ, ସାନଅଢଙ୍ଗା ଗ୍ରାମର ପ୍ରବୋଧ କୁମାର ସାହୁ(ବୟସ -୩୪)ଙ୍କ ଠାରୁ ୩୯ ଲ
ଚୋରା ମଦ ଜବତ ୬ କୋର୍ଟ ଚାଲଣ


କେନ୍ଦ୍ରାପଡ଼ା, ୦୬ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ରାଜନଗର, ନିକିରେଇ ଓ କୁଦାନଗରୀ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ତାନର ଗ୍ରାମର କେଶୀ ପାତ୍ର(ବୟସ -୪୫)ଙ୍କ ଠାରୁ ୪୩ ଲିଟର ବିଦେଶୀ ମଦ, ସାନଅଢଙ୍ଗା ଗ୍ରାମର ପ୍ରବୋଧ କୁମାର ସାହୁ(ବୟସ -୩୪)ଙ୍କ ଠାରୁ ୩୯ ଲିଟର ଦେଶୀ ମଦ, ତନରା ଗ୍ରାମର ସତ୍ୟବାନ ପାତ୍ରଙ୍କ ୨୯ ଲିଟର ଦେଶୀ ମଦ, ହରିପୁର ଗ୍ରାମର ଅମିତାଭ ମଳିକଙ୍କ ଠାରୁ ୩୦ ଲିଟର ବିଦେଶୀ ମଦ, ନଗଡ଼ା ଗ୍ରାମର ଚିତରଞ୍ଜନ ଜେନାଙ୍କ ଠାରୁ ୨୦ ଲିଟର ବିଦେଶୀ ମଦ ଓ ରାଜନଗର ଗ୍ରାମର ବଳରାମ ସେଠୀଙ୍କ ଠାରୁ ୧୧ ଲିଟର ବିଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇଅଛି। ଏମାନଙ୍କ ପାଖରୁ ସମୁଦାୟ ୧୭୨ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇ ୫ ଜଣଙ୍କୁ କୋର୍ଟଚାଲାଣ କରାଯାଇ ଅଛି। ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଛାୟାକାନ୍ତ ନାୟକ, ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ସହକାରୀ ଉପନିରିକ୍ଷକ ସୁନୀଲ କୁମାର ମିଶ୍ର, ଶ୍ରୀ ପ୍ରଦୀପ କୁମାର ମଳିକ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande