ବାଲ୍ଯ ବିବାହ ମୁକ୍ତ ଭାରତ ସଚେତନତା ଅଭିଯାନ
ପୁରୀ, ୬ ଜାନୁଆରୀ (ହି.ସ.)- ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵ ବିଦ୍ୟାଳୟରେ ବାଲ୍ୟ ବିବାହ ମୁକ୍ତ ଭାରତ ୧୦୦ ଦିନର ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ତରଫରୁ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ପିଲା ମାନଙ୍କ ମଧ୍ୟରେ ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି ବିଷୟ ଉ
ବାଲ୍ଯ ବିବାହ ମୁକ୍ତ ଭାରତ ସଚେତନତା ଅଭିଯାନ


ପୁରୀ, ୬ ଜାନୁଆରୀ (ହି.ସ.)- ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵ ବିଦ୍ୟାଳୟରେ ବାଲ୍ୟ ବିବାହ ମୁକ୍ତ ଭାରତ ୧୦୦ ଦିନର ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ତରଫରୁ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ପିଲା ମାନଙ୍କ ମଧ୍ୟରେ ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି ବିଷୟ ଉପରେ ବକ୍ତୃତା ଓ ରଚନା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ, ମୁଖ୍ଯ ସେବିକା ବାଲ୍ୟବତୀ ମହାନ୍ତି, ଡିସି ହବ ବିଦ୍ୟାଧର ମଲ୍ଲିକ, ଜେଣ୍ଡର ସ୍ପେଶାଲିଷ୍ଟ ମଧୁସ୍ମିତା ବିଶ୍ବାଳ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵ ବିଦ୍ୟାଳୟର ଅଧ୍ୟାପକ ଜି ଭିଆରଏସ ଦତରୋୟ ମୂର୍ତୀ, ଚେୟାରମ୍ଯାନ ଡ଼. ରାଜଶ୍ରୀ ଦାସ, ଆସିଷ୍ଟାଣ୍ଟ ପ୍ରଫେସର ଡ. ପୂର୍ଣଚନ୍ଦ୍ର ପାଢୀ, ଏଚଓଡି ଓ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ୨୨୦ ଜଣ ଛାତ୍ରଛାତ୍ରୀ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande