ଲୋକଙ୍କ ଅଭିଯୋଗ ଶୁଣିଲେ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର, 06 ଜାନୁଆରି (ହି.ସ.)- ଲୋକଙ୍କ ଅଭିଯୋଗ ଶୁଣିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆଜି ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଜନ ଅଭିଯୋଗ ଶୁଣାଣି କରିଛନ୍ତି ମନ୍ତ୍ରୀ। ବିଭିନ୍ନ ସମସ୍ୟା ନେଇ ଆସିଥିବା ଭଉଣୀ-ଭାଇମାନଙ୍କ ଅଭିଯୋଗ ଶୁଣିଛନ୍
ଲୋକଙ୍କ ଅଭିଯୋଗ ଶୁଣିଲେ ନିତ୍ୟାନନ୍ଦ ଗଣ୍ଡ


ଭୁବନେଶ୍ୱର, 06 ଜାନୁଆରି (ହି.ସ.)- ଲୋକଙ୍କ ଅଭିଯୋଗ ଶୁଣିଲେ ବିଦ୍ୟାଳୟ ଓ ଗଣଶିକ୍ଷା

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆଜି ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଜନ ଅଭିଯୋଗ

ଶୁଣାଣି କରିଛନ୍ତି ମନ୍ତ୍ରୀ। ବିଭିନ୍ନ ସମସ୍ୟା ନେଇ ଆସିଥିବା ଭଉଣୀ-ଭାଇମାନଙ୍କ ଅଭିଯୋଗ ଶୁଣିଛନ୍ତି

ମନ୍ତ୍ରୀ। ସେଗୁଡ଼ିକ କିପରି ତୁରନ୍ତ ସମାଧାନ କରାଯାଇପାରିବ ସେ ନେଇ ଆଲୋଚନା ମଧ୍ୟ ହୋଇଛି।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ନାଗରିକମାନଙ୍କ ସମସ୍ୟା ଓ

ତାହାର ସମାଧାନ ମୋ ପାଇଁ ସର୍ବୋପରି। ପ୍ରତ୍ୟେକ ଅଭିଯୋଗକୁ ଗଭୀରତାର ସହିତ ନେଇ ତାହାର

ଯଥାଶୀଘ୍ର ସମାଧାନ ନିମନ୍ତେ ସମ୍ବନ୍ଧିତ ବିଭାଗକୁ ଯଥାଯଥ ନିର୍ଦ୍ଦେଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande