ପରୋକ୍ଷରେ ବବିଙ୍କୁ ଏକତାର ପାଠ ପଢ଼ାଇଲେ ଡ୍ୟାନି , କହିଲେ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଆମେ ସକରାତ୍ମକ ଦିଗରେ ନେଉଛୁ
ଭୁବନେଶ୍ୱର, 06 ଜାନୁଆରି (ହି.ସ.)- ପରୋକ୍ଷରେ ବବିଙ୍କୁ ଏକତାର ପାଠ ପଢ଼ାଇଲେ ଡ୍ୟାନି । କୋରେଇରେ ବବିଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ନେଇ ଡ୍ୟାନି ଆଜି ପୁଣି ରଖିଛନ୍ତି ପ୍ରତିକ୍ରିୟା । ସେ କହିଛନ୍ତି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଆମେ ସକରାତ୍ମକ ଦିଗରେ ନେଉଛୁ । ଭାବାବେଗ
ପରୋକ୍ଷରେ ବବିଙ୍କୁ ଏକତାର ପାଠ ପଢ଼ାଇଲେ ଡ୍ୟାନି , କହିଲେ ବନ୍ଧୁ     ମିଳନ କାର୍ଯ୍ୟକ୍ରମକୁ ଆମେ ସକରାତ୍ମକ ଦିଗରେ ନେଉଛୁ


ଭୁବନେଶ୍ୱର, 06 ଜାନୁଆରି (ହି.ସ.)- ପରୋକ୍ଷରେ ବବିଙ୍କୁ ଏକତାର ପାଠ ପଢ଼ାଇଲେ ଡ୍ୟାନି । କୋରେଇରେ ବବିଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ନେଇ

ଡ୍ୟାନି ଆଜି ପୁଣି ରଖିଛନ୍ତି ପ୍ରତିକ୍ରିୟା । ସେ କହିଛନ୍ତି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଆମେ

ସକରାତ୍ମକ ଦିଗରେ ନେଉଛୁ । ଭାବାବେଗକୁ ସମ୍ମାନ ଦେଉଛୁ । ପରିବାରର ଭାଇଚାରକୁ ଏହା ସୁଦୃଢ କରିବ

। କିନ୍ତୁ ଆମ ଭିତରେ ଏକତା ରହିଲେ ହିଁ ଉନ୍ନତି ହୋଇପାରିବ । ଦିନକ ତଳେ କୋରେଇରେ ବନ୍ଧୁ ମିଳନ ସଭା

କରି ବବି କହିଥିଲେ ଆମ ଭିତରେ ବିଦ୍ଵେଷ ଭାବ ରହିଛି, ଅଶୁୟା ଭାବ ଅଛି ।

ପ୍ରଥମ ୧୫ ରୁ ୧୭ ସମସ୍ତଙ୍କୁ ସୁଯୋଗ ମିଳିଛି । ସମସ୍ତେ ସୁଯୋଗ ଲାଭ କରିଛନ୍ତି କିନ୍ତୁ ସୁଯୋଗ

ପାଇ ସାରିଲା ପରେ କୋରେଇ ଛାଡି ପଳେଇଛନ୍ତି । ସେଇଟା ଏତେ ଦ୍ଵନ୍ଦ ସୃଷ୍ଟି କରିଛି ଯେ ଆମ

ମାନଙ୍କ ଭିତରେ ଅବିଶ୍ୱାସର ବାତାବରଣ ବଢି ଯାଇଛି । ଯାହାକୁ ଆଜି କାଉଣ୍ଟର କରି ବବିଙ୍କୁ

ପରୋକ୍ଷରେ ଏକତାର ପାଠ ପଢ଼ାଇଛନ୍ତି ଡ୍ୟାନି ଘଡେ଼ଇ ବା ପ୍ରୀତି ରଞ୍ଜନ ଘଡେ଼ଇ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande