
ଭୁବନେଶ୍ୱର, 06 ଜାନୁଆରି (ହି.ସ.)- ଆସନ୍ତା ୧୦ ତାରିଖରୁ ରାଜଧାନୀରେ ଆରମ୍ଭ ହେବ ଜାତୀୟ
ସ୍ତରୀୟ ଶିଶିର ସରସ ମେଳା ୨୦୨୬ । ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଏହା ଆରମ୍ଭ ହେବାକୁ ଯାଉଛି । ଜାନୁଆରୀ
୧୮ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବାକୁ ଥିବା ବେଳେ ପ୍ରତିଦିନ ସକାଳ ୧୦ ଟାରୁ ଏହି ମେଳା ଆରମ୍ଭ
ହୋଇ ରାତି ୧୦ ଟା ପର୍ଯ୍ୟନ୍ତ ବୁଲି ପାରିବେ ରାଜଧାନୀବାସି । ଚଳିତ ଥର ମେଳାରେ ମୋଟ ୩୪୦ ଟି
ଷ୍ଟଲ ଖୋଲାଯିବ । ଶିଶିର ସରସ ମେଳାରେ ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାରୁ ମହିଳା ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀ ରହିବେ ।
ଏଥିସହ ୨୦ ଟି ରାଜ୍ୟର ମହିଳା ଏସଏଚଜି, ଉତ୍ପାଦକ ଗୋଷ୍ଠୀ
ଏବଂ ଉତ୍ପାଦକ ଉଦ୍ୟୋଗୀମାନଙ୍କ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ
ମସଲା ସାମଗ୍ରୀ ଆଦି ବିଭିନ୍ନ ଷ୍ଟଲରେ ବିକ୍ରି ହେବ । ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ବିହାର, ଆସାମ, ଗୋଆ, ଗୁଜରାଟ, ହରିଆଣା, ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ଝାଡ଼ଖଣ୍ଡ ,କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ
ପ୍ରମୁଖ ରାଜ୍ୟରୁ ଉଦ୍ୟୋଗୀ ଏହି ମେଳାରେ ସାମିଲ ହେବେ । ମେଳା ଭିତରେ ୩୫ ଟି ସ୍ୱତନ୍ତ୍ର ଫୁଡ
ଷ୍ଟଲ ରହିବା ସହ ପ୍ରତ୍ୟେକ ଦିନ ମେଳାରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ
କରାଯିବ । ଗତବର୍ଷ ଏହି ମେଳା ହୋଇନଥିବା ବେଳେ ଚଳିତବର୍ଷ ଏହି ମେଳାରେ ୩୦ କୋଟି ବ୍ୟବସାୟର
ଲକ୍ଷ୍ୟ ରଖାଯାଇଛି ବୋଲି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା