ଆଭାଶିରେ ୧୧୮ଟି ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଖୋର୍ଦ୍ଧା, ୦୭ ଜାନୁଆରୀ(ହି.ସ.) – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ପଲଟନ୍ ପଡ଼ିଆରେ ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଆନୁକୁଲ୍ୟରେ ଏକ ବିଶାଳ ଶୈଖିକ ବାତାବରଣ ମଧ୍ୟରେ ପଂଚସଖା ମଧ୍ୟରୁ ଅନ୍ୟତମ ପ୍ରଖ୍ୟାତ ଶିକ୍ଷ
ଅଭାସି


ସ୍କୁଲ୍


ଖୋର୍ଦ୍ଧା, ୦୭ ଜାନୁଆରୀ(ହି.ସ.) – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ପଲଟନ୍ ପଡ଼ିଆରେ ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଆନୁକୁଲ୍ୟରେ ଏକ ବିଶାଳ ଶୈଖିକ ବାତାବରଣ ମଧ୍ୟରେ ପଂଚସଖା ମଧ୍ୟରୁ ଅନ୍ୟତମ ପ୍ରଖ୍ୟାତ ଶିକ୍ଷା ବିତ ଗୋଦାବରୀଶ ମିଶ୍ରଙ୍କ ନାମରେ ୧୨୦୦୦ କୋଟି ବ୍ୟୟ ଅଟକଳରେ ୨୨୦୦ ବିଦ୍ୟାଳୟ କାର୍ଯ୍ୟକ୍ଷମ ଲକ୍ଷ୍ୟଧାର୍ଯ୍ୟ ଅଧୀନ ଆଜି ପ୍ରଥମ ପର୍ଯ୍ୟାୟରେ ୩୦ ଗୋଟି ଜିଲ୍ଲାର ୧୧୮ ଗୋଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଆଭାଷୀରେ ଭିତି ପ୍ରସ୍ତର ସ୍ଥାପନ କରି ଯୁଗାନ୍ତକାରୀ ଶିକ୍ଷା ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ କେନ୍ଦ୍ର ସରକାରଙ୍କ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଓଡ଼ିଶା ସରକାର ବର୍ତମାନ ଶିକ୍ଷା ବ୍ୟବସ୍ଥାକୁ ଅନନ୍ୟ ଓ ସର୍ବୋତମ କରିବା, ଅତ୍ୟାଧୁନିକ ଓ ଗୁଣାତ୍ମକ ଶିକ୍ଷ୍ୟା ଦେବା ଲକ୍ଷ୍ୟରେ ଏବଂ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାର ମୂଳଦୁଆ ମଜବୁତ୍ କରି ସେମାନଙ୍କ ଭିତରେ ଥିବା ଶିକ୍ଷା ଦକ୍ଷତା କୁ ପ୍ରସ୍ଫୁଟିତ କରିବା ଏହି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ମୂଳ ଲକ୍ଷ୍ୟ ଅଟେ ବୋଲି ଉତାପନ କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଏହି ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ଶ୍ରେଣୀ, କ୍ରୀଡ଼ା, ଶିଶୁ ବାଟିକା, ସ୍ୱଚ୍ଛତା ବାତାବରଣ, ସୃଜନ ଶୀଳତା, ନୈତିକତା, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦକ୍ଷତା ବିକାଶ , ବୃତିଗତ ବିକାଶ, ଆସ ସ୍କୁଲଜିବା ଓ ନିପୁଣ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ବିକଶିତ ଭାରତ ଓ ବିକଶିତ ଓଡ଼ିଶାକୁ ସାକାର କରିବା ସହ ଓଡ଼ିଶା ଓ ଭାରତକୁ ବିଶ୍ୱ ଦରବାରରେ ଶିକ୍ଷାର ବୈପ୍ଳବିକ ପରିବର୍ତନରେ କର୍ଣ୍ଣଧାର ସାଜିବ କ୍ଷ ସମ୍ମାନିତ ଅତିଥି ଭାବେ ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ପୃଥିବୀ ରାଜ ହରି ଚନ୍ଦନ ଯୋଗ ଦେଇ କହିଲେ ଏ ଖୋର୍ଦ୍ଧା ମାଟିର ସୂ ଯୋଗ୍ୟ ସନ୍ତାନ ଗୋଦାବରୀଶ ମିଶ୍ରଙ୍କ ନାମରେ ଆଜି ଯେଉଁ ୧୧୮ ଗୋଟି ପ୍ରାଥମିକ ବିଦ୍ୟାଳୟର ଭିତି ପ୍ରସ୍ତର ସ୍ଥାପନ ଲୋକାର୍ପଣ କରାଗଲା ତାହା ପ୍ରାଥମିକ ଶିକ୍ଷ୍ୟା ବ୍ୟବସ୍ଥାକୁ ଶସକ୍ତ କରି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଠନ ରେ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିବ। ସମ୍ମାନିତ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଗଣ ଶିକ୍ଷା ବିଭାଗ ନୀତ୍ୟା ନନ୍ଦ ଗଣ୍ଡ ଯୋଗଦେଇ କହିଲେ ଖୋର୍ଦ୍ଧା ମାଟି କୃତିବାସ ପାଟ୍ଟଶାଣୀଙ୍କ ମାଟି, ପାଇକ ବିଦ୍ରୋହର ମାଟି। ଖୋର୍ଦ୍ଧା ମାଟି ପଲ୍ ଟନ୍ ପଡ଼ିଆରେ ଆଜି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଯେଉଁ ସର୍ବୋତ୍କୃଷ୍ଟ ଶିକ୍ଷା ପ୍ରଦାନ ପାଇଁ ସରକାରଙ୍କର ଅଭିନବ ଯୋଜନା, ୭୬୨ ପି ଏମ ଶ୍ରୀ ସ୍କୁଲ ଭିତି ଭୂମି ସୃଷ୍ଟି କରିବା ଏହା ଯଶଶ୍ୱୀ ମୁଖ୍ୟ ମନ୍ତ୍ରୀଙ୍କ ଦୂରଦର୍ଶୀତା ପାଇଁ ଓଡ଼ିଶାରେ ବର୍ତମାନ ସୁବର୍ଣ୍ଣ ଶିକ୍ଷା ଯୁଗ ଅୟାରମ୍ଭ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରୀ ସାଂସଦ ସମ୍ବିତ ପାତ୍ର କହିଲେ ଓଡ଼ିଶାର ଶିକ୍ଷା ଯୋଜନା ସୈଖିକ ବିକାଶରେ ବିରାଟ ପରିବର୍ତନ ଆଣି ବିକଶିତ ଭାରତ ଭିଜନକୁ ସଫଳ କରିବ। ସମ୍ମାନିତ ଅତିଥି ଭାବେ ବିଧାୟକ, ଖୋର୍ଦ୍ଧା, ପ୍ରଶାନ୍ତ କୁମାର ଜଗଦେବ, ବିଧାୟକ, ବେଗୁନିଆ ପ୍ରଦୀପ କୁମାର ସାହୁ, ବିଧାୟକ ଭୁବନେଶ୍ୱର ଏକାମ୍ର, ବାବୁ ସିଂ, ବିଧାୟକ , ଜଟଣୀ , ବିଭୂତି ଭୂଷଣ ବଳବନ୍ତ ରାୟ, ପୂର୍ବତନ ବିଧାୟକ ବିଭୁତି ଭୁଷଣ ହରିଚନ୍ଦନ, ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ନିର୍ଦ୍ଦେଶିକା ଅନନ୍ୟା ଦାସ,ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂହ, ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଯୋଗଦେଇ ଥିଲେ। ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେବାସହ ସ୍ୱର୍ଗତ ଗୋଦା ବରିଶ ଜଣେ ଜ୍ଞାନୀ, ଦେଶ ସେବକ, ଗୋପବନ୍ଧୁ ଦାସଙ୍କ ସହ ପଂଚସଖା ଥିଲେ। ଶିକ୍ଷାର ପରିବର୍ତନ ହିଁ ସମାଜ ପରିବର୍ତନ ବୋଲି ପ୍ରକାଶ କରିଥିଲେ। ମାନବ ସମ୍ବଳକୁ ସର୍ବୋତମ ଶୈଖିକ୍ କରି ବିକଶିତ ଭାରତ ଓ ବିକସିତ ଓଡ଼ିଶା ୨୦୩୬ ଭିଜନକୁ ଆଖି ଆଗରେ ରଖି ଶିକ୍ଷାର ଏଭଳି ଯୁଗାନ୍ତକାରୀ ପଦକ୍ଷେପ ସରକାର ହାତକୁ ନେଇଛନ୍ତି ବୋଲି କହିଥିଲେ। ଶେଷରେ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଶାସନ ସଚିବ ଡଃ ଏମ ତିରୁମାଲା ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ସଭାରେ ବାଣପୁର ର ବହୁ ରାଜନୈତିକ ନେତୃବୃନ୍ଦ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଗଣ ମାଧ୍ୟମ ପ୍ରତିନିଧି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ଖୋର୍ଦ୍ଧା କିଶୋର କୁମାର ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ବହୁ ସରକାରୀ ଅଧିକାରୀ, ଓସେପାର ଅଧିକାରୀ ଓ କର୍ମଚାରୀ ବୃନ୍ଦ, ରାଜ୍ୟସ୍ତରୀୟ ବରିଷ୍ଟ ସରକାରୀ ଅଧିକାରୀ ଏବଂ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ କ୍ଷ ଉତ୍ସବରେ ଅତିଥିମାନଙ୍କୁ ଉତରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା କ୍ଷ ସର୍ବ ଶେଷରେ ଓଡ଼ିଶା ଆଂଚଳିକ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ମଂଚ ଉପସ୍ଥାପିକା ଭାବେ ସୁଲଗ୍ନା ରାଉତରାୟ କାର୍ଯ୍ୟ ସମ୍ପାଦିତ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande