ଲୋକକଳା ଓ ସାଂସ୍କୃତିକ ପରମ୍ପରା ଓଡ଼ିଆ ଜନ ଜୀବନକୁ ପ୍ରଭାବିତ କରେ, ଭଦ୍ରକ ସାଂସ୍କୃତିକ ମହୋତ୍ସବର ପଂଚମ ସନ୍ଧ୍ୟା
ଭଦ୍ରକ, ୭ ଜାନୁଆରୀ (ହି.ସ.) - ଲୋକକଳା ଓ ସାଂସ୍କୃତିକ ପରମ୍ପରା ଜଗତରେ ଭଦ୍ରକ ର ଅବଦାନ ଅବିସ୍ମରଣୀୟ। ଯାହାକି ଓଡ଼ିଆ ଜନଜୀବନକୁ ପ୍ରଭାବିତ କରେ ବୋଲି ଭଦ୍ରକ ସାଂସ୍କୃତିକ ମହୋତ୍ସବର ପଂଚମ ସନ୍ଧ୍ୟାରେ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି । ଭଦ୍ରକ ମାଟିର ମଣିଷ ବିପ୍ରକବି ବଂଶୀ ବଲ୍ଲଭ ଗୋସ୍ୱାମୀ, କା
BHADRAK SNASKRUTIKA MOHASTAV


ଭଦ୍ରକ, ୭ ଜାନୁଆରୀ (ହି.ସ.) - ଲୋକକଳା ଓ ସାଂସ୍କୃତିକ ପରମ୍ପରା ଜଗତରେ ଭଦ୍ରକ ର ଅବଦାନ ଅବିସ୍ମରଣୀୟ। ଯାହାକି ଓଡ଼ିଆ ଜନଜୀବନକୁ ପ୍ରଭାବିତ କରେ ବୋଲି ଭଦ୍ରକ ସାଂସ୍କୃତିକ ମହୋତ୍ସବର ପଂଚମ ସନ୍ଧ୍ୟାରେ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି । ଭଦ୍ରକ ମାଟିର ମଣିଷ ବିପ୍ରକବି ବଂଶୀ ବଲ୍ଲଭ ଗୋସ୍ୱାମୀ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟ କବି ବାଞ୍ଛାନିଧି ମହାନ୍ତି, କେଶବ କବି କୃଷ୍ଣପ୍ରସାଦ ବେହେରା, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର, ନାଟ୍ୟକାର ଉମାକାନ୍ତ ବେହେରା ପ୍ରମୁଖ ବହୁ ସାରସ୍ୱତ ସାଧକ ତଥା ନାଟ୍ୟକାର, ଗୀତିକାର, ଅଭିନେତା, ତଥା ନାଟ୍ୟ ନିର୍ଦ୍ଦେଶକ ଓଡ଼ିଆ ଓଡ଼ିଆ ଲୋକକଳା ଜଗତକୁ ସମୃଦ୍ଧ କରିବା ସହ ଓଡ଼ିଆ ଜନଜୀବନକୁ ପ୍ରଭୂତ ଭାବେ ପ୍ରଭାବିତ କରିଛନ୍ତି ବୋଲି ଭଦ୍ରକ ସହର ଗାନ୍ଧିପଡ଼ିଆଠାରେ ଗତକାଲି ମଙ୍ଗଳବାର ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ସଭାପତି ରବିନାରାୟଣ ଖିଲାର ଙ୍କ ସଂଯୋଜନା ଓ ଉପଦେଷ୍ଟା ରୋ. ଅତିସ ବେହେରା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଅତିରିକ୍ତ ଜିଲ୍ଲପାଳ ରବିନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଭାଗବତ ପରିଷଦ ର ଜିଲ୍ଲା ସଭାପତି ବସନ୍ତ ରାଉତ ମୁଖ୍ୟବକ୍ତା ଯୋଗଦେଇ ଥିଲେ । ଏହି ଅବସରରେ ପ୍ରାରମ୍ଭରେ ସାମ୍ବାଦିକା ସିଲା ପଟ୍ଟନାୟକ ଙ୍କ ବିୟୋଗ ରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସଭାପତି ମନୋରମା ରାଏ ମଂଚ ଆମନ୍ତ୍ରଣ, ସାଂସ୍କୃତିକ ସମ୍ପାଦକ ରାମ ନାରାୟଣ ମହାନ୍ତି ସ୍ୱାଗତ ସଂଗୀତ ଚୈତଳୀ ଖିଲାର ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକାରୀ ସଭାପତି ସୁପ୍ରଭା ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ଲଳିତ କଳା ଏକାଡେମୀ, ଭଦ୍ରକ କଲରାଲ ଓ ଏମ. ଡି. ଏସ.ର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମ୍ପାଦକ ଆଶିଷ ଅମିତାଭ ମହାପାତ୍ର, କୋଷାଧକ୍ଷ ପ୍ରିୟ ଦର୍ଶନ ବୋଇତି ଉପଦେଷ୍ଟା ସ୍ମୃତି ରଞ୍ଜନ ସାହୁ, ଡ଼.ହରିହର ନାୟକ, ଉମା କଲ୍ୟାଣ ମହାପାତ୍ର, ପ୍ରଭାତ କୁମାର ଦାଶ, ରାଜେଶ ଦାସ,ଅଜୟ ପଣ୍ଡା, ଶୁଭଦ୍ୱୀପ ମଲ୍ଲିକ, ଓମ କାର, ଜଗନ୍ନାଥ ବେହେରା,ରମେଶ ପାଗଳ, ଜୟ ଜଗନ୍ନାଥ ମଲ୍ଲିକ,ସୀତାକାନ୍ତ ବିଶ୍ୱାଳ,କମଳଲୋଚନ ପଣ୍ଡା , ଜି ଶିବ ଶଙ୍କର, ତେଜସ୍ୱିନୀ ଦାସ, ରୋଜାଲିନା ରାଉତ ପ୍ରମୁଖ ପରିଚାଳନା କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande