ବାଇକ ସହ ବାଇକ ଧକ୍କା, ୨ ଆରୋହୀ ସହ ସହଯାତ୍ରୀ ଆହତ
କୋରେଇ, ୭ ଜାନୁଆରି(ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗୋଳେଇପୁର ପଂଚାୟତର ବଡତ୍ରିଲୋଚନପୁର (ମକୁନ୍ଦବିନ୍ଧା) ନିକଟରେ ଆଜି ଅପରାହ୍ନରେ ୨ ବାଇକ ମଧ୍ୟରେ ଦୁର୍ଘଟଣା ଘଟି ୨ ଚାଳକ ସମେତ ସହଯାତ୍ରୀ ଆହତ ହୋଇଛନ୍ତି । ପ୍ରକାଶଯେ ଯାଜପୁର ସଦର ଥାନା ଅନ୍ତର୍ଗତ ନାଥସାହି ଗ୍ରା
ବାଇକ ସହ ବାଇକ ଧକ୍କା, ୨ ଆରୋହୀ ସହ ସହଯାତ୍ରୀ ଆହତ


କୋରେଇ, ୭ ଜାନୁଆରି(ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗୋଳେଇପୁର ପଂଚାୟତର ବଡତ୍ରିଲୋଚନପୁର (ମକୁନ୍ଦବିନ୍ଧା) ନିକଟରେ ଆଜି ଅପରାହ୍ନରେ ୨ ବାଇକ ମଧ୍ୟରେ ଦୁର୍ଘଟଣା ଘଟି ୨ ଚାଳକ ସମେତ ସହଯାତ୍ରୀ ଆହତ ହୋଇଛନ୍ତି । ପ୍ରକାଶଯେ ଯାଜପୁର ସଦର ଥାନା ଅନ୍ତର୍ଗତ ନାଥସାହି ଗ୍ରାମର କିଶୋର ପଣ୍ଡା ବାଇକ ଯୋଗେ ପାଣିକୋଇଲି ଆସୁଥିଲେ । ପଛରୁ ଏକ ବାଇକରେ ଯାଜପୁର ରାମବାଗର ସୁଶାନ୍ତ ମହାନ୍ତି ଓ ନିମାପଡାର କାର୍ତିକ ମାଝୀ ଆସି ତାଙ୍କୁ ଧକ୍କା ଦେଇଥିଲେ । ଫଳରେ ରାସ୍ତାରେ ପଡି ତିନିଜଣ ଆହତ ହୋଇଥିବା ବେଳେ ପଛରୁ ଗାଡି ଆସୁନଥିାରୁ ନିଶ୍ଚିନ୍ତ ମୃତ୍ୟୁରୁ ରକ୍ଷା ପାଇଥିଲେ । ଖବରପାଇ ରାଜପଥ ପେଟ୍ରୋଲିଂଗ ଅଧିକାରୀ ଅଶୋକ କୁମାର ବଳ ପହଂଚି ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗ ଗୁରୁତର ଆହତ କିଶୋର ପଣ୍ଡାଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଅନ୍ୟ ୨ ଜଣଙ୍କୁ ମଧ୍ୟ ପ୍ରାଥମିକ ଚିକତ୍ସା କରାଇଥିଲେ । ଘଟଣାସ୍ଥଳେ ପାଣିକୋଇଲି ପୁଲିସ ପହଂଚି ବାଇକ ଦୁିଟିକୁ ଜବତ କରଇଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande