ଗୁଡଭେଲା ବ୍ଲକ୍ ସ୍ତରୀୟ ଏସ୍‌ଆଇଓଏସ୍ ଓ ଏନ୍‌ଆଇଓଏସ୍ ଅନ୍ତର୍ଗତ ମେଗା ଏଡ୍‌ମିସନ୍ କ୍ଯାମ୍ପ ଅନୁଷ୍ଠିତ
ବଲାଙ୍ଗିର, 07 ଜାନୁଆରି (ହି.ସ.)ଗୁଡଭେଲା ବ୍ଲକ୍ ସ୍ତରୀୟ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍‌ଆଇଓଏସ୍) ମେଟ୍ରିକ୍ ଶ୍ରେଣୀ ପାଇଁ ଓ ଜାତୀୟ ମୁକ୍ତ ବିଦ୍ୟାଳୟ (ଏନ୍‌ଆଇଓଏସ୍) ଦ୍ବାଦଶ ଶ୍ରେଣୀ ପାଇଁ ମେଗା ଏଡମିସନ୍ ଓ ଓରିଏନ୍‌‌ଟେସନ୍ କ୍ଯାମ୍ପ ତୁଷୁରା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଜଗଦୀଶ କୁମାର
ଗୁଡଭେଲା ବ୍ଲକ୍ ସ୍ତରୀୟ ଏସ୍‌ଆଇଓଏସ୍ ଓ ଏନ୍‌ଆଇଓଏସ୍ ଅନ୍ତର୍ଗତ ମେଗା ଏଡ୍‌ମିସନ୍ କ୍ଯାମ୍ପ ଅନୁଷ୍ଠିତ*


ବଲାଙ୍ଗିର, 07 ଜାନୁଆରି (ହି.ସ.)ଗୁଡଭେଲା ବ୍ଲକ୍ ସ୍ତରୀୟ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍‌ଆଇଓଏସ୍) ମେଟ୍ରିକ୍ ଶ୍ରେଣୀ ପାଇଁ ଓ ଜାତୀୟ ମୁକ୍ତ ବିଦ୍ୟାଳୟ (ଏନ୍‌ଆଇଓଏସ୍) ଦ୍ବାଦଶ ଶ୍ରେଣୀ ପାଇଁ ମେଗା ଏଡମିସନ୍ ଓ ଓରିଏନ୍‌‌ଟେସନ୍ କ୍ଯାମ୍ପ ତୁଷୁରା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଜଗଦୀଶ କୁମାର ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏନ୍‌ଏସି ଅଧ୍ୟକ୍ଷ ଅଜୟ ଜୟଶ୍ବାଲ ଯୋଗ ଦେଇ ଶିଶୁମାନେ ମୁଖ୍ୟସ୍ରୋତରେ ସାମିଲ୍ ହୋଇ ଆଗକୁ ବଢନ୍ତୁ ବୋଲି ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଇଓ ନମିତା ରାଣୀ ଭୋଇ ଯୋଗ ଦେଇ କହିଥିଲେ ଶିଶୁମାନେ ଆଗକୁ ବଢିଲେ ଦେଶ ଆଗକୁ ବଢିବ। ମୁଖ୍ୟବକ୍ତା ଭାବେ ସିଡିପିଓ ବାସନ୍ତୀ ଜାନି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଯୋଗ ଦେଇଥିଲେ।ଏବିଏଫ୍ ଅଶ୍ବିନୀ କୁମାର ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ସଞ୍ଚାଳନ କରିଥିଲେ ଓ ଏବିଇଓ ବିପିନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ବାଳକୃଷ୍ଣ ମହାପାତ୍ର ସ୍ବାଗତ ସଂଗୀତ ପରିବେଷଣ କରିଥିଲେ ଓ ରମେଶ ଚନ୍ଦ୍ର ପଣ୍ଡା ସମେତ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ସିଆରସିସି, ଅଭିଭାବକ ଅଭିଭାବିକା, ବିଇଓ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande