

ଜୟପୁର, ୦୭ ଜାନୁଆରି (ହି.ସ.) - ରାଜ୍ୟର ସବୁ ଠାରୁ ବଡ଼ ବ୍ଲକ ହେଉଛି କୋରାପୁଟ ଜିଲ୍ଲା ର ବୋରିଗୁମ୍ମା ବ୍ଲକ । ଗତ ୧ ବର୍ଷ ଭିତରେ ବିକାଶ ମୂଳକ ଆବାସ ଯୋଜନା କାର୍ଯ୍ୟରେ ଦୁର୍ନତି ହୋଇଛି । ବୋରିଗୁମ୍ମା ବ୍ଲକ ର ସମସ୍ତ ପଂଚାୟତ ର ବିକାଶ ମୂଳକ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହୋଇଛି । ଭିଜିଲାନ୍ସ ତଦନ୍ତ ପରେ ଦୁର୍ନୀତି ରେ ଲିପ୍ତ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି ।
ବୋରିଗୁମ୍ମା ବ୍ଲକ ବୋଡ଼ିଗାଁ ପଂଚାୟତରେ ମନେରେଗା ଟଙ୍କା ଆତ୍ମସାତ । ଶ୍ରମିକଙ୍କ ଲକ୍ଷ ଲକ୍ଷ ମଜୁରୀ ଟଙ୍କାଙ୍କୁ ମିଳିମିଶି ଚଳୁ କରିଥିବା ଅଭିଯୋଗ ଆଣିଲେ ହିତାଧିକାରୀ । ହଡପକାରୀଙ୍କ ବିରୋଧରେ ବୋରିଗୁମ୍ମା ବିଡ଼ିଓଙ୍କ ପାଖରେ ଫେରଦ ପରେ ବି ସିଂହପୁର ଥାନାରେ ଦେଲେ ଏତେଲା । ଶ୍ରମିକ ମଜୁରୀ ଟଙ୍କା ହଡପର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ହିତାଧିକାରୀ । ବୋଡ଼ିଗାଁ ପଂଚାୟତର ବୋଡ଼ିଗାଁ,ସେମଳା, ମାଣ୍ଡିଆବନ୍ଧ,ଗୁରୁମାଇଗୁଡ଼ା ଗାଁର ଗରିବ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରିଥିଲେ ସରକାର । ଆବାସ ଯୋଜନାରେ ୨୦୨୩-୨୪ ଓ ୨୪ - ୨୫ ଆର୍ôଥକ ବର୍ଷରେ ସାମିଲ ହୋଇଥିଲେ ପାଖାପାଖି ୨୫୦ ପରିବାର ।ଆବାସ ଯୋଜନା ରେ ନିଜେ ଶ୍ରମ ଦାନ କରି ଘର କାମ କରିଥିବା ଲୋକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ବଦଳେ ଅନ୍ୟ ଆକାଉଂଟକୁ ପଠାଯାଇଛି । ପ୍ରକୃତ ଶ୍ରମିକଙ୍କ ଟଙ୍କା ଅନ୍ୟ ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ କୁ ପଠାଇ ପରବର୍ତି ସମୟରେ ତାହାକୁ ଉଠାଇ ପଂଚାୟତର ଅଧିକାରୀ ମାନେ ମିଳିମିଶି ଚଳୁ କରି ଦେଇଥିବା ବି ସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ହିତାଧିକାରୀ । ପିଇଓ , ଡିଈଓ ଓ ଜିଓ ଟେକର ମିଶି ଆବାସ ଯୋଜନା ପାଇଁ ଆସି ଥିବା ମନେରେଗା ଟଙ୍କା ଆତ୍ମସାତ କରିଥିବା କହିଛନ୍ତି ହିତାଧିକାରୀ ।
ଆବାସ ପାଇବା ପରେ ଘର ଖଣ୍ଡିଏ ପାଇଁ ବହୁ ଦୁଃଖ କଷ୍ଟରେ ଧାର ଉଦ୍ଧାର କରି ଘର ତିଆରି କରିଥିଲେ ଥିଲେ ହିତାଧିକାରୀ । କିନ୍ତୁ ଶେଷ ବେଳକୁ ସରକାର ଦେଉଥିବା ମୋନେରେଗା ଟଙ୍କା ଆତ୍ମସାତ ହୋଇ ମିଳି ପାରିଲା ନାହିଁ । କେଉଁ ହିତାଧିକାରୀଙ୍କ ଆବାସ ଅଧା ଗଢା ହୋଇ ରହିଛି ତୋ କାହାର କବାଟ ଝରକା ଲାଗି ପାରି ନାହିଁ । କିଏ ବାଉଁଶ ତାଟି ଦେଇ କବାଟ ଝରକା ବନ୍ଦ କରୁଛି ତୋ କିଏ ଅଧା ପଲାସ୍ତର କରି ଥକି ପାଡ଼ି ଥିବା କହିଥିବା ବେଳେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆବାସ ପାଇଥିବା ହିତାଧିକାରୀ ।
ହିତାଧିକାରୀଙ୍କ ଟଙ୍କା ଆତ୍ମସାତ ଅଭିଯୋଗ ପରେ ବୋଡ଼ିଗାଁ ପଂଚାୟତର ପିଇଓ କିମ୍ବା ଡିଇଓଙ୍କୁ ଆମେ ଯୋଗ ଯୋଗ କରିବା ପାଇଁ ଚେଷ୍ଟା କରି ଥିଲେ ମଧ୍ୟ ସେ ଏହି ବିଷୟରେ କୌଣସି ପ୍ରତିକ୍ରିୟା ଦେବାକୁ ଗଣମାଧ୍ୟମ ସାମ୍ନାକୁ ଆସୁ ନାହାନ୍ତି । ସେମାନେ କାହିଁକି ଏବଂ କେଉଁଠୀ ଆତ୍ମାଗୋପନ କରିଛନ୍ତି ତାହା ଏବେ ସମଗ୍ର ବୋରିଗୁମ୍ମା ବ୍ଲକରେ ଚର୍ଚାର ବିଷୟ ହୋଇଛି। ଏବଂ କେବେ ହିତାଧିକାରୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହେଉଛି ତାହା ହିଁ ଦେଖିବା ବାକି ରହିଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି