ଭେନିଜୁଏଲା ଉପରେ ଟ୍ରମ୍ପ ସରକାର ର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ
ଜୟପୁର, ୦୭ ଜାନୁଆରି (ହି.ସ.) - ଭେନିଜୁଏଲା ଉପରେ ଟ୍ରମ୍ପ ସରକାର ର ଆକ୍ରମଣ ବିରୁଦ୍ଧରେ ସିପିଆଇ ର ବିକ୍ଷୋଭ । ସାର୍ବଭୌମ ରାଷ୍ଟ୍ର ଭେନିଜୁଏଲା ଉପରେ ଆକ୍ରମଣ କରି ଆମେରିକାର ସୈନ୍ୟ ବାହିନୀ ସେହି ଦେଶର ରାଷ୍ଟ୍ରପତି ନିକୋଲାସ ମାଡ୍ୟୁରୋ ଓ ତାଙ୍କ ଧର୍ମପତ୍ନୀ ଙ୍କୁ ଶଯ୍ୟା ରୁ ଉଠେଇ ମାଡମାରି ଗିରଫ୍
ଭେନିଜୁଏଲା ଉପରେ ଟ୍ରମ୍ପ ସରକାର ର ଆକ୍ରମଣ ବିରୁଦ୍ଧରେ ସିପିଆଇ ର ବିକ୍ଷୋଭ


ଜୟପୁର, ୦୭ ଜାନୁଆରି (ହି.ସ.) - ଭେନିଜୁଏଲା ଉପରେ ଟ୍ରମ୍ପ ସରକାର ର ଆକ୍ରମଣ ବିରୁଦ୍ଧରେ ସିପିଆଇ ର ବିକ୍ଷୋଭ । ସାର୍ବଭୌମ ରାଷ୍ଟ୍ର ଭେନିଜୁଏଲା ଉପରେ ଆକ୍ରମଣ କରି ଆମେରିକାର ସୈନ୍ୟ ବାହିନୀ ସେହି ଦେଶର ରାଷ୍ଟ୍ରପତି ନିକୋଲାସ ମାଡ୍ୟୁରୋ ଓ ତାଙ୍କ ଧର୍ମପତ୍ନୀ ଙ୍କୁ ଶଯ୍ୟା ରୁ ଉଠେଇ ମାଡମାରି ଗିରଫ୍ କରି ଆମେରିକା ର ନ୍ୟୁୟର୍କ ସହର କୁ ନେଇ ବନ୍ଦୀ କରି ରଖିଛି । ଏହା ଘୋର ଅନ୍ୟାୟ କେବଳ ନୁହଁ ମାନବତାବାଦକୁ ପଦ ଦଳିତ କରିଛି। ତୃତୀୟ ଶ୍ରେଣୀୟ ଗୁଣ୍ଡା ଭଳି ଆମେରିକା ସାମ୍ରାଜ୍ୟବାଦ ର ଟ୍ରମ୍ପ୍ ସରକାର ଏଭଳି ହୀନ ନାରକୀୟ କାଣ୍ଡ ଭିଆଇଛି। ବିଶ୍ୱର ପ୍ରତ୍ୟେକ ଦେଶ ଏହାର ନିନ୍ଦା କରୁଛନ୍ତି ଏବଂ ଖୋଦ୍ ଆମେରିକା ର ନ୍ୟୁୟର୍କ ସମେତ ସମସ୍ତ ସହରରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବା ସହ ଟ୍ରମ୍ପ ସରକାର କୁ ଧିକ୍କାର କରିଛନ୍ତି। ମିଥ୍ୟା ଆଳ ଦେଖାଇ କେବଳ ଭେନେଜୁଏଲା ର ତୈଳ ସମ୍ପଦକୁ ଲୁଟ୍ କରିବା ପାଇଁ ଡୋନାଲ୍ଡ୍ ଟ୍ରମ୍ପ ସରକାର ଖୋଲାଖୋଲି ଦାଦାଗିରି ଚଲେଇଛି । ତୁରନ୍ତ ମାଡ୍ୟୁରୋ ଏବଂ ତାଙ୍କ ପତ୍ନୀ ଙ୍କୁ ମୁକ୍ତ କରିବା ଦାବିରେ ସେ ସିପିଆଇ ଦେଶ ବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି। ଆଜି କୋରାପୁଟ ଜିଲ୍ଲା ଜୟପୁରର ସହରର ମୁଖ୍ୟ ଟ୍ରାଫିକ ଛକରେ ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି, ଜିଲ୍ଲା ସମ୍ପାଦକ ରାମକୃଷ୍ଣ ଦାସ, ବରିଷ୍ଠ ନେତା ଯୁଧିଷ୍ଠିର ରାଉଳ, ବସନ୍ତ ବେହେରା, ସୁଦର୍ଶନ ବିଷୋୟୀ, ନନ୍ଦ ହରିଜନ, ଧ୍ରୁବ ମଲ୍ଲିକ ପ୍ରମୁଖ ନେତୃତ୍ୱ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande