ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ରୂପ ପାଇଲା ଚରଦା ୟୁପି ସ୍କୁଲ
ସୁବର୍ଣ୍ଣପୁର, ୦୭ ଜାନୁଆରୀ(ହି.ସ.) – ବିନିକା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଚରଦା ଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଜିଠାରୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ରୂପ ପାଇଛି। ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷାର ସୁଦୃଢ ଓ ଉନ୍ନତି ପାଇଁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ ପକ୍
ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ରୂପ ପାଇଲା ଚରଦା ୟୁପି ସ୍କୁଲ


ସୁବର୍ଣ୍ଣପୁର, ୦୭ ଜାନୁଆରୀ(ହି.ସ.) – ବିନିକା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଚରଦା ଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଜିଠାରୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ରୂପ ପାଇଛି। ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷାର ସୁଦୃଢ ଓ ଉନ୍ନତି ପାଇଁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ରୂପ ଦେଇ ନୂତନ ଭାବେ ଭିତିିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ୧୧୮ଟି ପ୍ରାଥମିକ ବିଦ୍ୟାଳୟକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଭିତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିନିକା ବ୍ଲକର ଏକମାତ୍ର ୟୁପି ସ୍କୁଲ ଚରଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟରେ ପରିଣତ ହୋଇଛି। ଅନୁଷ୍ଟିତ ଭିତିପ୍ରସ୍ତର ଉତ୍ସବରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ, ବିଡ଼ିଓ ଶରତ କୁମାର ବାଘ, ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର, ସାଂସଦ ପ୍ରତିନିଧି ବିଶ୍ୱମ୍ବର ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା କଳତା,ଚରଦା ସରପଂଚ ବୃନ୍ଦାବତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବକୁ ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଜନ ପ୍ରତିନିଧି, ଶିକ୍ଷାପ୍ରେମୀ, ସ୍କୁଲ ଛାତ୍ରଛାତ୍ରୀ, ସଚେତନ ନାଗରିକ ସାମିଲ ହୋଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande