ଦିବ୍ୟାଙ୍ଗ ନାଗରିକଙ୍କୁ ଟ୍ରାଇ ସାଇକେଲ୍ ଓ ଶ୍ରବଣ ଯନ୍ତ୍ର ବଂଟନ କଲେ ବିଧାୟକ ସୀତାଂଶୁ
ଭଦ୍ରକ, ୭ ଜାନୁଆରୀ (ହି.ସ.) - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ ସଂକଳ୍ପକୁ ଚରିତାର୍ଥ କରିବାକୁ ଯାଇ ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ସ୍ୱୟଂ ଶକ୍ତ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସମସ୍ତଙ୍କର ଧ୍ୟେୟ ହେବା ଉଚିତ୍ ବୋଲି ଆଜି ଭଦ୍ରକର ଜିଲ୍ଲା ପୁନର୍ବାସ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କୁ ବ୍ୟାଟେ
DIBYANGA NKU TRI CYCLE BANTAN


ଭଦ୍ରକ, ୭ ଜାନୁଆରୀ (ହି.ସ.) - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ ସଂକଳ୍ପକୁ ଚରିତାର୍ଥ କରିବାକୁ ଯାଇ ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ସ୍ୱୟଂ ଶକ୍ତ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସମସ୍ତଙ୍କର ଧ୍ୟେୟ ହେବା ଉଚିତ୍ ବୋଲି ଆଜି ଭଦ୍ରକର ଜିଲ୍ଲା ପୁନର୍ବାସ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ୍ ଓ ଶ୍ରବଣ ଯନ୍ତ୍ର ପ୍ରଦାନ କାଳରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଆହ୍ୱାନ ଦେଇଛନ୍ତି। ଏହି ବଂଟନ କାଳରେ ଦିବ୍ୟାଙ୍ଗ ନାଗରିକ ମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ୍ ବୋଲି ସେ କହିଛନ୍ତି। ଏହା କେବଳ ଏକ ଯାନ କିମ୍ବା ଯନ୍ତ୍ର ନୁହେଁ, ଏହା ହେଉଛି ଆତ୍ମବିଶ୍ୱାସ, ଆତ୍ମନିର୍ଭରତା ଓ ନୂତନ ସମ୍ଭାବନାର ପଥ। ସମସ୍ତଙ୍କୁ ସମାନ ସୁଯୋଗ ଓ ସମ୍ମାନ ଦେବା ଦିଗରେ ଏହା ଏକ ସାର୍ଥକ ପଦକ୍ଷେପ। ଦିବ୍ୟାଙ୍ଗମାନଙ୍କ ସଶକ୍ତିକରଣ ହିଁ ସମାଜର ସଶକ୍ତିକରଣ ବୋଲି ସେ କହିଛନ୍ତି। ଏହି ବଂଟନ କାଳରେ ଅନ୍ୟମାନଙ୍କ ମଧ୍ୟରେ ପୁନର୍ବାସ କେନ୍ଦ୍ରର ନିର୍ଦ୍ଦେଶକ ଡ. ଭଗବାନ ପରିଡା, ଭଦ୍ରକ ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଭାସ୍କର ସାହୁ ପ୍ରମୁଖ ବହୁ ଅତିଥି ଯୋଗ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande