
ମୁଖୀଗୁଡା,୭ଜାନୁଆରୀ(ହି.ସ)ଆଜିଠାରୁ ଇନ୍ଦ୍ରାବତୀ ବାମ, ଡାହାଣ ଓ ମେଗା ଲିଫ୍ଟ କେନାଲ ମାଧ୍ୟମରେ ରବି ଚାଷ ପାଇଁ ଜଳ ଯୋଗାଣ ଆରମ୍ଭ ହୋଇଛି । ଚଳିତ ରବି ଜଳସେଚନ ବାମ କେନାଲରେ ୩୭୫୦୦.୮୫ ଡାହାଣ କେନାଲରେ ୨୦୦୭୩, ଓ ମେଗା ଲିଫ୍ଟ କେନାଲରେ ୧୮୮୫୫ .୪୫ହେକ୍ଟର ମୋଟ ୭୬, ୪୩୦ହେକ୍ଟର ଜମିରେ ଜଳସେଚନ ଲକ୍ଷ ରଖାଯାଇ ଥିବା ସୂଚନା ମିଳିଛି । ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ୩୦୨୪୫,ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ୨୧୭୪୬, ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ୨୪୪୩୯ ହେକ୍ଟର ଜମିରେ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପରୁ ଜଳସେଚନ ହେବ । ପ୍ରାୟ ୩୪୪ ଗ୍ରାମର ଚାଷୀ ରବି ଚାଷ ପାଇଁ ପାଣି ପାଇପାରିବେ ।ଆଜି ଇନ୍ଦ୍ରାବତୀ ବାମ କେନାଲରେ ୪.୪୯ ଡାହାଣ କେନାଲରେ ୩.୯୮ ଏବଂ ଲିଫ୍ଟ କେନାଲରେ ୭.୫ କ୍ୟୁମେକ୍ସ ପାଣି ଛଡା ଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ନିହାର