
Odisha, 07 ଜାନୁଆରି (ହି.ସ.)ଖୋର୍ଦ୍ଧା, ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗରେ ଅବସ୍ଥିତ ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ବତ୍ତମାନ ସୁଦ୍ଧା ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ଯା ୮୧ରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ନବୋଦୟ ବିଦ୍ୟାଳୟ କେନ୍ଦ୍ର କମିଶନର ରାଜେଶ ଲେଖାନୀ ୭ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ।ଆସନ୍ତା ୧୪ ତାରିଖ ପରେ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୁଚନା ଦେଇଛନ୍ତି। ବିଦ୍ୟାଳୟକୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯିବା ସହ ପୁଣି ଥରେ ୱାଟର ଲେବଲ ଟେଷ୍ଟିଙ୍ଗ ପାଇଁ ଖୋର୍ଦ୍ଧା ଜିଲା ସ୍ବାସ୍ଥ୍ଯ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡେପୁଟି କମିଶନର ଆର କେ ବର୍ମା ସୂଚନା ଦେଇଛନ୍ତି । ସେହିପରି ସ୍ଥିତି ସ୍ବାଭାବିକ ହେବା ପରେ ନିଷ୍ପତ୍ତି ନିଆଯିବ ବୋଲି ଅଧ୍ଯକ୍ଷା କବିତା କର କହିଛନ୍ତି । ବିଦ୍ଯାଳୟରେ ନିର୍ମାଣ ଚାଲିଥିବାରୁ ଭୂତଳ ଜଳ ପାଇପ ଲାଇନ ଫାଟି ଜଳ ଦୂଷିତ ହୋଇ ଏଭଳି ସ୍ଥିତି ଉପୁଜିଥିବା ନେଇ ସ୍ବୀକାର କରିଛନ୍ତି ଅଧ୍ଯକ୍ଷା।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ