
ଜୟପୁର, ୦୭ ଜାନୁଆରି (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ କାଳିଆ ଗାଁ ପଂଚାୟତର ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଓଡିଶାରେ ୧୧୮ଟି ବିଦ୍ୟାଳୟର ଭିତିପ୍ରସ୍ତରର ଶିଳାନ୍ୟାସ କରିଥିଲେ। ପ୍ରତି ବିଦ୍ୟାଳୟ ନିର୍ମାଣ ନିମନ୍ତେ ୫ରୋ ୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତମା ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜୋନ-୧ ଅଧ୍ୟକ୍ଷା ଅସ୍ଥା ନାୟକ, ଜୋନ -୨ ସଭ୍ୟା ତାପତୀ ପଟ୍ଟନାୟକ, ଜୋନ -୩ ସଭ୍ୟା ରଶ୍ମୀ ରଥ, ପଂଚାୟତ ସମିତି ସଭ୍ୟ ମଙ୍ଗଳଦାନ ହରିଜନ, କାଳିଆ ଗାଁ ସରପଞ୍ଚ ସବିତା ମୁଦୁଲି, ଜୟପୁର ବିଧାୟକ ପ୍ରତିନିଧି ବସନ୍ତ ନାୟକ, ତହସିଲଦାର ସବ୍ୟସାଚ୍ଚୀ ଜେନା, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ରୁପଚନ୍ଦ୍ର ସୋରେନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଏ. ଗୋପାଳ ରାଓ, ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା ସେଭଳି ଏହି ବିଦ୍ୟାଳୟ ଗୁଡିକରେ ମଧ୍ୟ ପିଲାମାନଙ୍କ ପାଇଁ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଲକ୍ଷ ରଖାଯାଇଛି। ଏଥିରେ ବିଶେଷ କରି ପ୍ରାଥମିକ ସ୍ତରରୁ ହିଁ ପିଲା ମାନଙ୍କର ଭାଷାଗ୍ୟାନ ଓ ମେ?ଳିକ ଗାଣିତିକ ଗ୍ୟାନ ଉପରେ ଗୁରୁତ୍ୱ ଆରୋପ କରାଯିବ। ଉନ୍ନତ ଭିତିଭୂମି, ଗୁଣାତ୍ମକ ଶିକ୍ଷା ଓ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ପିଲାମାନଙ୍କର ମୌଳିକ ଗ୍ୟାନ ଓ ବୌଦ୍ଧିକ ବିକାଶକୁ ସୁଦୃଢ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀ ଚନ୍ଦନ ନାୟକ ଏବିଓ କେ. ଗୋପାଳ, ସୋମନାଥ ଗାଦବା, ସିଆରସିସି ଜ୍ୟୋତିଶଙ୍କର ତ୍ରିପାଠୀ, ରୁଦ୍ର ପ୍ରଶନ୍ନ ପାଣିଗ୍ରାହୀ, ରାମେଶ୍ୱର ପଣ୍ଡା, ଅଭିମନ୍ୟୁ ପ୍ରଧାନ, ଆଦିତ୍ୟ ପଟ୍ଟନାୟକଙ୍କ ସମେତ ଜୟପୁର ପ୍ରାଥମିକ ସପ୍ସଘ ସଭାପତି ଦେବୀ ପ୍ରସାଦ ଦାସ, ସପ୍ସପାଦକ ପ୍ରଦୀପ କୁମାର ମିଶ୍ର, ପୁସନ୍ଧର ନାୟକ, ମମତା ମହାପାତ୍ର, ଜ୍ୟୋତିରାଣୀ ପଣ୍ତା, ଶଙ୍କର ପ୍ରହରାଜ, ଶଙ୍କରି ଦଳପତିପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି