ହଦଗଡ଼ ମଣ୍ଡଳ କୁମ୍ଭକାର ସମାଜର ନୂତନ ବର୍ଷର ପାରିବାରିକ ବନ୍ଧୁ ମିଳନ ୨୦୨୬ କାର୍ଯ୍ୟକ୍ରମ
Kumbhara Samaja Anual fungsion news
ହଦଗଡ଼ ମଣ୍ଡଳ କୁମ୍ଭକାର ସମାଜର ନୂତନ ବର୍ଷର ପାରିବାରିକ ବନ୍ଧୁ ମିଳନ ୨୦୨୬ କାର୍ଯ୍ୟକ୍ରମ


କନ୍ଧମାଳ, ୦୭ ଜାନୁଆରୀ(ହି.ସ.) – ଚକାପାଦ ବ୍ଲକ ଶଙ୍କରାଖୋଲ ନିକଟ ତୋଟାପଦର ଗ୍ରାମରେ ଏକ ହଦଗଡ଼ ମଣ୍ଡଳ କୁମ୍ଭକାର ସମାଜର ନୂତନ ବର୍ଷର ପାରିବାରିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହଦଗଡ଼ ମଣ୍ଡଳ ର ସଭାପତି ଶ୍ରୀ ମାନସ ରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଅତିଥି ଭାବେ ଜିଲ୍ଲା କୁମ୍ଭକାର ସମାଜ ର ସମ୍ପାଦକ ଶ୍ରୀ ସୁବଳ ରଣା ଯୋଗଦେଇଥିବା ବେଳେ ସାମ୍ୱାଦିକ ବାଳକୃଷ୍ଣ କହଁର ଓ ମଣ୍ଡଳର ସମ୍ପାଦକ ବାବୁଲା ଦଳବେହେରା ସମ୍ମାନୀତ ଭାବେ ଯୋଗଦେଇ ନୂତନ ବର୍ଷର ନୂତନ ଚିନ୍ତାଧାରାକୁ ନେଇ ଆଗକୁ ବଡିବା ପାଇଁ ମତ ଦେବାସହ ନିଜ ନିଜର ପୁଅ ଝିଅମାନଙ୍କୁ ଉଚ୍ଚ ଶିକ୍ଷିତ କରେଇବା ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ ବୈଠକରେ ମଣ୍ଡଳର କୋଷାଧ୍ୟକ୍ଷ ଶ୍ରୀ ଗୋକୁଳ ଚନ୍ଦ୍ର ବେହେରା ବାର୍ଷିକ ଆୟବ୍ୟୟ ବିଷୟରେ ଆଲୋଚନା କରିବା ସହ ଏକତାରେ ସମସ୍ତେ ମିଳିମିଶି ଚଳିବା ପାଇଁ କହିଥିଲେ। ଉପ ସଭପତି ଆମ୍ବୁଜ ବେହେରା ତାଙ୍କ ଅଭିଭାଷଣରେ କହିଥିଲେ ଯେ ସମାଜ ଉନ୍ନତି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଓ କର୍ମକର୍ତାମାନେ ପ୍ରତ୍ୟେକ ବୈଠକକୁ ନିହାତି ଆସିବାକୁ କହିଥିବା ସହ ସମସ୍ତେ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ସମ୍ପାଦକ କୁମ୍ଭାର ଜାତିକୁ ସରକାର ଅବହେଳିତ କରିଥିବାରୁ ତାଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରିବା ପାଇଁ ନିଷ୍ପତି ନେବାକୁ ପରାମର୍ଶ ଦେଇଥିବାବେଳେ ଏହି ଜାତି ଏକ ଆଦିମ ଅଧିବାସୀ ହୋଇଥିଲେ ମଧ୍ୟ ଆଶାନୁରୂପକ ସାମାଜିକ, ଅର୍ଥନୈତିକ ଉନ୍ନତି ହୋଇନଥିବା କହିଥିଲେ। ଏହା ସହିତ କୌଳିକ ବୃତିର ଉନ୍ନତି ପାଇଁ ଟେରାକୋଟା ତାଲିମ୍ ମାଧ୍ୟମରେ ସମସ୍ତ ଙ୍କୁ ତାଲିମର ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ରଖିଥିଲେ। ଶେଷରେ ସଭାପତି କୁମ୍ଭାର ଜାତିର କୌଳିକ ବୃତିକୁ ଛାଡି ଦାଦନ ଖଟିବାକୁ ଯାଇ ସେଠାରେ ବିଭିନ୍ନ ସମସ୍ୟା ଭୋଗୁଛନ୍ତି ସେଥିନିମନ୍ତେ ସରକାର ଆମ୍ଭ ସମସ୍ୟାକୁ ଗୁରୁତ୍ୱଦେଇ କାର୍ଯ୍ୟ କରିଦେଲେ ମୌଳିକ ସୁବିଧା ପାଇଁ ପାରନ୍ତେ ବୋଲିଆଶା ରଖିଛନ୍ତି ଜାତିର ସମସ୍ତ ପରିବାର ବୋଲି ମତ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande