
ଗଂଜାମ, 07 ଜାନୁଆରି (ହି.ସ.)
ଦିଗପହଣ୍ଡି ଖମ୍ବାରୀ ଗାଁ ପଞ୍ଚାୟତରେ ଥିବା ବନ ବିଭାଗ ଇକୋ ପାର୍କରେବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟାଳୟ ଅଧିକାରୀଙ୍କ ତତ୍ୱାବଧାନରେ କୁମ୍ଭିର ଗଣନା ତାଲିମ ଶେଷ ହୋଇଛି। ସହକାରୀ ବନ ସଂରକ୍ଷକ ସସ୍ମିତା ବିଶ୍ଵାଳ ଯୋଗ ଦେଇ ବନପାଳ ଓ ଵନ ରକ୍ଷୀମାନଙ୍କୁ କୁମ୍ଭୀର ଗଣନା ତାଲିମ ଦେଇଛନ୍ତି। ଆସନ୍ତାକାଲି ଗଣନା କାର୍ଯ୍ୟ ଶେଷ ହେବ। ଗତବର୍ଷ ଘୋଡାହାଢ ଗ୍ରାମରେ ୬୪ଟି କୁମ୍ଭିର ଓ ଆଖପାଖ ଗ୍ରାମ ପୋଖରୀ, ଜଳାଶ୍ରୟରେ ୨୩ଟି ଏପରି ୮୭ଟି କୁମ୍ଭୀର ଥିଲେ। ଚଳିତ ବର୍ଷ ଏ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏହି ଶିବିରକୁ ଦିଗପହଣ୍ଡି ଵନପାଳସନ୍ତୋଷ କୁମାର ବିଷୋୟୀ ପରିଚାଳନା କରିଥିଲେ।
ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ